ସମର୍ପଣ ବୃଦ୍ଧାଶ୍ରମରେ ପତାକା ଉତ୍ତୋଳନ କଲେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ।

ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ମହାସମାରୋହରେ ପାଳିତ ହୋଇ ଯାଇଛି ୭୭ ତମ ଗଣତନ୍ତ୍ର ଦିବସ। ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଆଶ୍ରମ ଅନ୍ତେବାସୀ ଓ ସଦସ୍ଯ ମାନଙ୍କ ଗହଣ ରେ ଜାତୀୟ ପତାକା ଉତ୍ତୋଳନ କରି ମହାନ୍ ଦେଶଭକ୍ତ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମ୍ରୁତି ଚାରଣ କରିବା ସହିତ ଆଶ୍ରମ ପରିଚାଳନା କମିଟି ସଦସ୍ଯ ମାନଙ୍କ ସେବା ଓ ସମୟଦାନ ପାଇଁ ସାଧୁବାଦ ଜଣାଇଥିଲେ। ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଶ୍ରୀଧର ସାହୁ ଓ କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ।

You might also like