ନୟାଗଡ଼ ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରlଧିକରଣଅଧକ୍ଷ ଆନନ୍ଦନାରାୟଣ ମହାରଣା,ଙ୍କ ନିର୍ଦେଶ ରେ ଏବଂ ସଚିବ ଅଞ୍ଜଳି ମଛଖଣ୍ଡ ଙ୍କ ତତ୍ୱାବଧାନ ରେ ଇନଷ୍ପାୟାର ମହାବିଦ୍ୟାଳୟ ନୟାଗଡ଼ ଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ନୟାଗଡ଼ ଙ୍କ ତରଫରୁ ନାଗରିକ ମାନଙ୍କ ପାଇଁ ସମ୍ବିଧାନରେ ଥିବା କର୍ତ୍ତବ୍ୟ ଓ ଅଧିକାର ସମ୍ବନ୍ଧ ରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି, ସଚିବ ଅଞ୍ଜଳି ମଛଖଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶିବିର କୁ ଉଦଘାଟନ କରି ନିଜ ବକ୍ତବ୍ୟ ରେ ଇନଷ୍ପାୟାର ମହାବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ମାନଂକୁ ସମ୍ବିଧାନ ର 32ଧାରା ରେ ଥିବା ଆଇନ ର ଵିଧି ବ୍ୟବସ୍ଥା ସମ୍ପର୍କ ରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ଥିଲେ,
ଜଣେ ଭାରତୀୟ ନାଗରିକ ର 11ଗୋଟି କର୍ତ୍ତବ୍ୟ, ଓ 6ଗୋଟି ଅଧିକାର କଣ କଣ ସେ ବିଷୟ ରେ ସମବେତ ଛାତ୍ର ଛାତ୍ରୀ ଙ୍କୁ ବୁଝାଇଥିଲେ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା,ଆଇନଜୀବୀ କବିତା ମିଶ୍ର ସ୍ବେଛାସେବୀ ଅମନ ମିଶ୍ର, ଓ ଇନଷ୍ପାୟାର କଲେଜ ଓଡ଼ିଆ ଅଧ୍ୟାପକ ମାନସ କୁମାର ବଳବନ୍ତରାୟ, ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ର ବକ୍ତବ୍ୟ ରଖିଥିଲେ, ଉକ୍ତ ଶିବିର କୁ ସଫଳ କରିବାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଗ୍ରାମୀଣ ଆଇନ ସଚେତନତା କର୍ମୀ ପ୍ରଫୁଲ କୁମାର ବେହେରା, ମମତା ବେହେରା, ଶୁଭସ୍ମିତା ମିଶ୍ର, ପ୍ରମୋଦ କୁମାର ମହାନ୍ତି, ରମେଶ ଚନ୍ଦ୍ର ବେହେରା, ଓ ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା, ପ୍ରଶାନ୍ତ କୁମାର ସାହୁ, ରାଜେଶ କୁମାର ବାରିକ, ପ୍ରମୁଖ ସହଯୋଗ କରିଥିଲେ.