Skip to content

ସରକାରୀ ଆଇ. ଟି. ଆଇ ନୟାଗଡ଼ ରେ ଆଇନ ସଚେତନତା

ଶିକ୍ଷା ଯେପରି ଗୁରୁତ୍ୱ ପୁର୍ଣ ସେହିପରି ସଠିକ ବିଷୟ ଚୟନ, ଅଧିକାର କର୍ତ୍ତବ୍ୟ, ଓ ଆଇନଗତ ଜ୍ଞାନ ମଧ୍ୟ ଦରକାର, ନୟାଗଡ଼ଜିଲ୍ଲା ଦୌରାଜଜ ତଥା ଅଧକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣା ଙ୍କ ନିର୍ଦେଶ ରେ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ଙ୍କ ତତ୍ୱାବଧାନ ରେ ସରକାରୀ ଆଇ. ଟି..ଆଇ ନୟାଗଡ଼ ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି, ଜାତୀୟ ଆଇନ ସେବା ପ୍ରାଧିକରଣ ସଂଗୀତ “ଏକ ମୁଠି ଆସମାନ ଗାନ ସହିତ ଶ୍ରୀ ପବନ କୁମାର ବେହେରାଙ୍କ ସଂଯୋଜନା ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା,

ସଚିବତଥା ବରିଷ୍ଠ ବର୍ଗ ବିଚାରପତି ଶ୍ରୀମତୀ ଅଞ୍ଜଳି ମଛଖଣ୍ଡପୋସ୍କୋ ନିୟମର ଆବଶ୍ୟକତା ସହିତ କର୍ମ କ୍ଷେତ୍ର ରେ ମହିଳା କର୍ମଚାରି ଙ୍କ ସୁରକ୍ଷା କୁ ଉଦାହରଣ ସହିତ ଆଲୋକ ପାତ କରିଥିଲେ, ଆଇନ ଯିବି ଶ୍ରୀ କାମାକ୍ଷା ପ୍ରସାଦଦାସ ନାଗରିକ ର ମୌଳିକ କର୍ତ୍ତବ୍ୟ ଉପରେକହିବା ସହିତ ସଦସ୍ୟ ମହମଦ ଉମର ମଲ୍ଲିକ ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟ ଦୃଷ୍ଟାନ୍ତ ବୁଝାଇଥିଲେ, ବରିଷ୍ଠ ଆଇନଜିବି ଶ୍ରୀ ରମେଶ ଚନ୍ଦ୍ର ମହାରଣା, ଶିଶୁ ମାନଙ୍କୁ ଯୌନ ଶୋଷଣ ଓ ଓ ବାଳ ଅପରାଧ ନିରାକରଣ, ଓ ନିୟମ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ, ଜିଲ୍ଲା ଶିଶୁ ସୁରକ୍ଷା ଅନୁଷ୍ଠାନ ର ପରାମର୍ଶ ଦାତା ଶ୍ରୀ ଅର୍ସାଦ ଅନସାରି ଶିଶୁ ସୁରକ୍ଷା ର ମାଧ୍ୟମ ବୁଝାଇଥିଲେ, ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ଏହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମଚାରୀ ଶ୍ରୀ ପ୍ରଶାନ୍ତ କୁମାର ସାହୁ, ଶ୍ରୀ ରାଜେଶ କୁମାର ବାରିକ, ନ୍ୟାୟ ଅଧିକାର ମିତ୍ର ଶ୍ରୀମତୀ ମମତା ବେହେରା, ଶୁଭସ୍ମିତା ମିଶ୍ର, ଶ୍ରୀ ପ୍ରଫୁଲ କୁମାର ବେହେରା, ପୋଲିସ ଓ ସାମ୍ବାଦିକ ବନ୍ଧୁ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, ଛାତ୍ରୀ ମାନେନୁର୍ତ୍ୟ ରେ ଶିକ୍ଷା ର ଉପକାର ଦର୍ଶାଇ ଥିଲେ, ଭାରପ୍ରାପ୍ତ ଅଧକ୍ଷ ଶ୍ରୀ ଜିତେନ୍ଦ୍ର କୁମାର ବରାଡ଼ ଶିଳ୍ପଭିତିକ ଶିକ୍ଷା ରେ ସଚେତନତା କାର୍ଯ୍ୟକ୍ରମ ପିଲା ମାନଙ୍କ ପାଇଁ ବିଶେଷ ଗୁରୁତ୍ୱ ପୁର୍ଣ ବୋଲି ଦର୍ଶାଇ ଧନ୍ୟ ବାଦ ଅର୍ପଣ କରିଥିଲେ, ପରିଶେଷରେ ସଚିବ ଏହି ଶିକ୍ଷା ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱନିର୍ମିତ ପ୍ରକଳ୍ପ ଦେଖି ନିଜର ସନ୍ତୋଷ ବ୍ୟକ୍ତ କରିଥିଲେ