ନୟାଗଡ଼ ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ଲେଙ୍କୁଡ଼ି ପଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଙ୍କ ହିଟଲର ତଥା ମନମୁଖି ଶାସନକୁ ନେଇ ସରପଞ୍ଚ ଙ୍କ ବିରୁଦ୍ଧରେ ଧବଳେଇ ଗ୍ରାମବାସୀ ବିଡ଼ିଓ ପଦ୍ମ ଚରଣ ସାହୁ ଙ୍କୁ ଅଭିଯୋଗ କରିବା ସହିତ ଫେରାଦ ହୋଇଛନ୍ତି, ତତ ସହିତ ସରପଞ୍ଚ ଆନନ୍ଦ ବେହେରା ଧବଳେଇ ଗାଁ ର ଉର୍ନତି ଓ ବିକାଶ ରେ ବାଧା ସୃଷ୍ଟି କରୁଥିବା ବେଳେ ତମାମ ଘଟଣା କୁ ନେଇ ଅଭିଯୋଗ କରିଛନ୍ତି,ଗାଁ କୁ ସରକାର ଙ୍କ ପକ୍ଷରୁ ଆସୁଥିବା ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ସମ୍ପର୍କ ରେ ସରପଞ୍ଚ ନିଜେ ମନ ମୁଖି ଶାସନ କରି କେଏବିଷୟ ରେ ପଞ୍ଚାୟତ ରେ ପଚାରିଲେ ତାଙ୍କଉପରେ ହିଟଲର ଶାସନ ଚଳାଉଛନ୍ତି, ଯୋଜନା ବିଷୟ ରେ ପଞ୍ଚାୟତ ବାସୀଙ୍କୁ ଜଣାଉନାହାନ୍ତି,ନିଜ ମନ ଇଛା କାର୍ଯ୍ୟ କରୁଥିବା ପଞ୍ଚାୟତ ବାସି ଅଭିଯୋଗ କରିଛନ୍ତି, ଗ୍ରାମ ରେ ରହିଥିବା ବିଦ୍ୟାଳୟ ରଙ୍ଗ କରିବା ପାଇଁ ସରକାର ଙ୍କ ପକ୍ଷରୁ ଅନୁଦାନ ଆସିଥିବା ବେଳେ ବିଦ୍ୟାଳୟ ର କମିଟି କୁ ଅଜାଣତ ରେ ରଖି କାର୍ଯ୍ୟ କରାଯାଉଛି,
ଲେଙ୍କୁଡ଼ି ପଡା ପଞ୍ଚାୟତ ଅଧିନସ୍ତ କଲ୍ୟାଣ ମଣ୍ଡପଟି ଧବ ଳେଇ ମୌଜା ରେ ନିର୍ମାଣ କରା ଯାଇଥିବା ବେଳେ କଲ୍ୟାଣ ମଣ୍ଡପ ଆୟ ଅର୍ଥ ଠାରୁ 40ପ୍ରତିଶତ ଗାଁ ବିକାଶ ପାଇଁ ଖର୍ଚ୍ଚ କରାଯିବା କୁ ନିୟମ ରହିଛି, ମାତ୍ର ଦୁଇ ବର୍ଷ ମଧ୍ୟ ରେ କଲ୍ୟାଣ ମଣ୍ଡପ ରୁ 23ଲକ୍ଷ ଟଙ୍କା ଆୟ ହୋଇଥିବା ବେଳେ ଧବଳେଇ ଗ୍ରାମ ପାଇଁ ପଞ୍ଚାୟତ ରୁ କୌଣସି ଅନୁଦାନ ପ୍ରଦାନକରାଯାଇ ନାହିଁ, ସରପଞ୍ଚ ହିଟ ଲର ଶାସନ ଚଳାଇ କିଛି ମୃଷ୍ଟି ମେୟ ଲୋକ ଙ୍କୁ ନେଇ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି,ସରପଞ୍ଚ ଙ୍କ ହିଟଲର ଶାସନ ଓ ମନମୁଖୀ କାର୍ଯ୍ୟ କୁ ନେଇ ଗ୍ରାମ ସଭାପତି ଅଭିମନ୍ୟୁ ପରିଡା, ସମ୍ପାଦକ ବ୍ରହ୍ମାଦି ଲେଙ୍କାଙ୍କ ସମେତ ଗ୍ରାମ ର ଶତାଧିକ ଲୋକ ବ୍ଳକ କାର୍ଯ୍ୟାଳୟକୁ ଆସି ବିଡ଼ିଓ ପଦ୍ମ ଚରଣ ସାହୁଙ୍କୁ ଫେରାଦ ହୋଇଛନ୍ତି,ଏପଟେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି,କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ପରବର୍ତୀ ସମୟ ରେ ଜୋରଦାର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି