ସରସ୍ବତୀ ଶିଶୁମନ୍ଦିର ପାଣିପୋଇଲାର ବାର୍ଷିକ ଉତ୍ସବ

ନୟାଗଡ଼ ବ୍ଲକ ଅନ୍ତର୍ଗତ ପାଣିପୋଇଲା ସରସ୍ବତୀ ଶିଶୁମନ୍ଦିରର ଷୋଡଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି | ଏହି ଉତ୍ସବରେ ବିଦ୍ୟାମନ୍ଦିରର ସମ୍ପାଦକ ମନୋରଞ୍ଜନ ପଣ୍ଡା ସଭାପତିତ୍ୱ କରିବା ସହିତ ସ୍ୱାଗତ ଅଭିଭାଷଣ ଏବଂ ବାର୍ଷିକ ବିବରଣୀ ପାଠ କରିଥିଲେ | ପବିତ୍ର ଶିଶୁଦିବସ ଅବସରରେ ଆୟୋଜିତ ଏହି ଉତ୍ସବରେ ଯୋଗଜନ୍ମ| ପବିତ୍ର ନେହେରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମୃଦ୍ଧ ଦେଶ ଗଠନରେ ସହାୟକ ହେବା ସହିତ ଭବିଷ୍ୟତରେ ଭଲମଣିଷ ହେବାକୁ ଅଭିଭାବକମାନେ ଯତ୍ନଶୀଳ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ | ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଧାମୋହନ ପତି , ମୁଖ୍ୟବକ୍ତାଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ବ୍ୟଙ୍ଗକବି ରବିନ୍ଦ୍ର କୁମାର ମହାପାତ୍ର, ସମ୍ମାନିତ ଅତିଥିଭାବେ ଯୋଗପ୍ରଶିକ୍ଷକ ତଥା ବ୍ୟଙ୍ଗକବି ପ୍ରତାପ କୁମାର ସାହୁ ଏବଂ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ କ୍ରିଦାଶପୁରର ବିଜ୍ଞାନ ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ର ଯୋଗଦେଇ ଶିଶୁମନ୍ଦିରର ଶିକ୍ଷାଦାନ ବ୍ୟବସ୍ଥା ଶିଶୁର ସାମଗ୍ରିକ ବିକାଶରେ ସହାୟକ ବୋଲି ମତବ୍ୟକ୍ତ କରିବା ସହିତ ଶିଶୁମାନଙ୍କୁ ଯଥାସମ୍ଭବ ମୋବାଇଲ ଫୋନର ବ୍ୟବହାରରୁ ନିବୃତ୍ତ ରଖିବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ |

ଉପଦେଷ୍ଟା କମିଟିର ସଦସ୍ୟ ଅବସରପ୍ରାପ୍ତ ଶିକ୍ଷକ ଧନେଶ୍ୱର ମହାନ୍ତି ଶିଶୁମନ୍ଦିରର ଶିଶୁମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ | ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହ ଶିଶୁଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଗୁରୁମାମାନଙ୍କ ସକ୍ରିୟ ସହଯୋଗ ଏବଂ ଅଭିଭାବକମାନଙ୍କର ଅନୁଷ୍ଠାନ ପ୍ରତି ଥିବା ସ୍ନେହ, ସଦିଚ୍ଛା ହେତୁ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ପ୍ରଧାନଆଚାର୍ଯ୍ୟ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି |

You might also like