ନୟାଗଡ଼ ବ୍ଳକ ଅନ୍ତର୍ଗତ ପାଣି ପୋଇଲା ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପାଣି ପୋଇଲା ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଓ କଣ୍ଢେଇ ମେଳା ବିଦ୍ୟାଳୟ ର ସମ୍ପାଦକ ମନୋରଞ୍ଜନ ପଣ୍ଡା ଙ୍କ ଅଧକ୍ଷତା ଅନୁଷ୍ଠିତ ହୋଇଛି,
ଶିଶୁ ମନ୍ଦିର ର କୁନି କୁନି ଶିଶୁ ବୈଜ୍ଞାନିକ ଙ୍କ ଦ୍ୱାରା ଏହି ବିଜ୍ଞାନ ମେଳା ରେ ମୋଟ 25ଟି ବିଜ୍ଞାନ ପ୍ରକଳ୍ପ ସହିତ କୁନି କୁନି ଶିଶୁ ଙ୍କ ଦ୍ୱାରା ବିଭିର୍ନ ରଙ୍ଗ ବେରଙ୍ଗ ର କଣ୍ଢେଇ ମେଳା ପ୍ରଦର୍ଶିତ ହୋଇଥିଲା, ସକାଳ 11ଘଟିକା ସମୟ ରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିବା ବେଳେ ଅପରାହ୍ନ 2ଟା ରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା,
ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଲଡ଼ୁକିଶୋର ପୃଷ୍ଟି, ଯୋଗ ଦେଇ କୁନିକୁନି ବୈଜ୍ଞାନିକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବିଜ୍ଞାନ ଯୁଗ ରେ ପ୍ରତ୍ୟକ ଛାତ୍ର ଛାତ୍ରୀ ବିଜ୍ଞାନ ଅନୁସନ୍ଧିଛୁ ହେବା ପାଇଁ ପରାମର୍ଶ ଦେଇ ଥିଲେ, ବିଜ୍ଞାନ ମେଳା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା,
ବିଜ୍ଞାନ ମେଳା ର ପ୍ରକଳ୍ପ ଗୁଡିକୁ ମୂଲ୍ୟା ୟନ କରିବା ପାଇଁ ବିଚାରକ ତଥା ସଂମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ପଠାଣି ମୁଦୁଲି, ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ପ୍ରସନ କୁମାର କୁଣ୍ଡ ଯୋଗ ଦେଇ ପ୍ରକଳ୍ପ ଗୁଡିକ ମୂଲ୍ୟାୟନ କରିଥିଲେ,ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଗୁରୁମା ମାନେ ଅକ୍ଲାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମ କୁ ସଫଳ କରିଥିବା ବେଳେ ବିଦ୍ୟାଳୟ ର ଉପଦେଷ୍ଟା କମିଟି ର ସଦସ୍ୟ ଧନେଶ୍ୱର ମହାନ୍ତି ଧନ୍ୟ ବାଦ ଅର୍ପଣ କରିଥିଲେ