ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଗଣିଆ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଗଣିଆ ତହସିଲଦାର ସୁଶ୍ରୀ ପ୍ରିତିବାଳା ରଣା, ସମ୍ମାନୀତ ଅତିଥି ଭାବେ ସଂକୁଳ ପ୍ରମୁଖ ଦିଲ୍ଲୀପ କୁମାର ମିଶ୍ର,ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ବିଦ୍ୟାଳୟର ସଭାପତି ଗିରିଶ କୁମାର ମିଶ୍ର, ସମ୍ପାଦକ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ଶରତ କୁମାର ଜେନା ଓ ପ୍ରଧାନ ଗୁରୁଜୀ ନିରଞ୍ଜନ ମହାପାତ୍ର ମଞ୍ଚାସିନ ଥିଲେ l ଉକ୍ତ ଉତ୍ସବ ରେ ଗଳ୍ପ, ସଂଗୀତ, କୁଇଜ, ଚିତ୍ରାଙ୍କନ ଆଦି ରେ ଭାଗନେଇଥିବା ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ l ଆଜିର ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଭା ଆଗାମୀ ଦିନରେ ପରିପ୍ରକାଶ ପାଇ ପରିବା ବୋଲି ମୁଖ୍ୟ ଅତିଥି ଜଣାଇଥିଲେ l କାର୍ଯ୍ୟକ୍ରମ ରେ ଭଗନେଇଥିବା ଶିଶୁ ପ୍ରତିଭା ଙ୍କ ଦକ୍ଷତା ଵିକାଶ ରେ ଉତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା l ସଭା ପରିଚାଳନା କରିଥିଲେ ଛାତ୍ରୀ ସୁଶ୍ରୀ ଲିଚି ମହାପାତ୍ର। ପ୍ରଥମେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଆଚାର୍ଯ୍ୟ ପ୍ରତିନିଧି ପ୍ରତାପ ଚନ୍ଦ୍ର ବେହେରା ଏବଂ ବିଦ୍ୟାଳୟର ଅନ୍ୟାନ୍ୟ ଗୁରୁଜୀ, ଗୁରୁମା, ଅଭିଭାବକ ଓ ଶିଶୁ ଭାଇ ଭଉଣୀ ମାନେ ସହଯୋଗ କରିଥିଲେ