Skip to content

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନୟାଗଡ଼ ଠାରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ

ଆଜି ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୟାଗଡ଼ ଠାରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଅନାଦି ଚରଣ ସାହୁ ଓ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ମା ଶାରଦା ଙ୍କ ନିକଟରେ ଦୀପ ପ୍ରଜ୍ଵଳନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମହୋଦୟ ଭାରତ ବର୍ଷର ନାମକରଣ ର ଯଥାର୍ଥତା, ଗୁରୁ ପରମ୍ପରାରେ ବଶିଷ୍ଠ ଙ୍କର ଭୂମିକା ତଥା ସମ୍ପ୍ରତି ଆଦର୍ଶ ଜାତୀୟତା ବୋଧରେ ଉଦ ବୁଦ୍ଧ ଛାତ୍ର ଛାତ୍ରୀ ଗଠନରେ ଗୁରୁଙ୍କ ଭୂମିକା ସମ୍ପର୍କ ରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ ।

ଉତ୍ତମ ରାଷ୍ଟ୍ର ଗଠନରେ ଛାତ୍ରଛାତ୍ରୀ ମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ଵବୋଧ ସମ୍ପର୍କରେ କହିଥିଲେ । ଏହାପରେ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ର ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ଚାରୁ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ଘୋଷ ସଞ୍ଚଳନ ସହିତ ଛାତ୍ର ଛାତ୍ରୀ ମାନଙ୍କୁ ମିଷ୍ଠାନ ବିତରଣ କରାଯାଇଥିଲା । ପୁନଶ୍ଚ ଚଳିତ ଶିକ୍ଷା ବର୍ଷରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କର ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।

Ad 1