ଆଜି ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରାଙ୍ଗଣରେ ଚଳିତ ବର୍ଷର ବିଶ୍ଵ ମାତୃଭାଷା ଦିବସ ବହୁ ଆଡମ୍ବରରେ ପାଳିତ ହୋଇଯାଇଅଛି । ଭକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ର ବିଶିଷ୍ଟ କବି ତଥା ଲେଖକ ଅବସର ପ୍ରାପ୍ତ ଶିକ୍ଷକ ଗୋଦାବରୀଶ ମିଶ୍ର ମୁଖ୍ୟ ଅତିଥି ଏବଂ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସାହିତ୍ୟ ତଥା କଳାପ୍ରେମୀ, ଅବସର ପ୍ରାପ୍ତ ଅଧ୍ୟକ୍ଷ ମୁଖ୍ୟ ବକ୍ତା ଭାବେ ଯୋଗଦାନ ଦେଇ ମାତୃଭାଷାର ଆଧାର କରି ଦେଶ ତଥା ଜାତିର ଉନ୍ନତି ସମ୍ଭବ ଏବଂ ଏହା ସହ ପିତାମାତା ଙ୍କ ଏଦିଗରେ ପ୍ରୋତ୍ସାହନ ନିତ୍ୟାନ୍ତ ଆବଶ୍ୟକ ବୋଲି ଶିଶୁ ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ ।

ଏହି ଅବସରରେ 120ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷା ସାହିତ୍ୟର ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପୁରସ୍କାର ପ୍ରଦାନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ମହାପାତ୍ର ଶିଶୁମାନଙ୍କ ସମ୍ମୁଖରେ ଓଡ଼ିଶୀ ସଙ୍ଗୀତର ପରିବେଷଣ କରିଥିଲେ । ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଙ୍କ ଏବଂ ଗୁରୁଜୀ ଗୁରୁମାଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା । ନୟାଗଡ଼ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।