ସୂଚନା ଅନୁସାରେ ଆଜି 11ଘଟିକା ସମୟ ରେ ସର୍ଦାର ପଟେଲ ଉଚ୍ଚ ବିଦ୍ୟାଳୟ ଗୋଡି ପଡା ଠାରେ ଆୟୋଜକ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଓଡ଼ଗାଁ ପକ୍ଷରୁ ମଣ୍ଡଳ ସ୍ତରୀୟ ନିପୁଣ ମେଳା 2025ର ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ଏହି ଅବସର ରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ, ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ରୂପେ ସମାଜସେବୀ ସତ୍ୟବାଦୀ ସାହୁ, ପଞ୍ଚୁମୁ ସରପଞ୍ଚ, ହରିଡ଼ା ବନ୍ଧ ସରପଞ୍ଚ, ଯୋଗ ଦେଇ ଥିଲେ, ଏଥି ସହ ମଣ୍ଡଳ ଶିକ୍ଷାଅଧିକାରୀ ଗୀତାଞ୍ଜଳି ସାହୁ, ଙ୍କ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ସୁଜିତ କୁମାର ପ୍ରଧାନ ଉପସ୍ଥିତ ଥିଲେ,

ସର୍ଦାର ପଟେଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ, ରାଜେଶ କୁମାର ଷଡ଼ଙ୍ଗୀ ଙ୍କ ସହ ସମସ୍ତ ସିଆରସିସି ସହଯୋଗ କରିଥିଲେ, ଏହି ଅବସର ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା,ଦ୍ୱିତୀୟ ପର୍ଯ୍ୟାୟ ରେ ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇବିଭିର୍ନ ଷ୍ଟଲ ପରିଦର୍ଶନ କରିଥିବା ବେଳେ ବେଳେ ଡିଆଇଟି ସଂଯୋଜକ ପ୍ରତାପ ମହାପାତ୍ର, ଭକ୍ତ ରଞ୍ଜନ ମିଶ୍ର, ନରେସ ପାଣିଗ୍ରାହୀ, ଯୋଗ ଦେଇ ଥିଲେ, ଏହି କାର୍ଯ୍ୟକ୍ରମ ପରି ଶେଷ ପର୍ଯ୍ୟନ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଗୀତାଞ୍ଜଳି ସାହୁ ଙ୍କ ସହ ଛାତ୍ର ଛାତ୍ରୀ ଉପସ୍ଥିତଥିଲେ,