ନୟାଗଡ଼ ଖେଳ ପଡ଼ିଆ ଠାରେ ସର୍ବ ଭାରତୀୟ ଫୁଟବଲ କପ ଟୁର୍ଣ୍ଣାମେଣ୍ଟର ଆଜି ତୃତୀୟ ଦିବସ ଦିବସ ତଥା ପ୍ରଥମ ସେମିଫାଇନାଲ । ଆଜିର ଖେଳ କେ.ବି.ଏମ ମଙ୍ଗଳା ଗଞ୍ଜ ମଣିପୁର ବନାମ ମଙ୍ଗଳା କ୍ଲବ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗ ଦେଇଥିଲେ । ୭୮୭ୟୁଥ୍ କ୍ଲବ ସିନ୍ଦୁରିଆ, ମଣିଙ୍ଗ କ୍ଲବ ନୟାଗଡ଼ ଆଥଲେଟିକ ଆସୋସିଏସନ ଓ ନୟାଗଡ଼ କ୍ଲବ ମିଳିତ ଉଦ୍ୟମରେ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି । ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରୋଧ୍ଯକ୍ଷା ନିରୁପମା ଖଟେଇ, ନୟାଗଡ଼ ଜିଲ୍ଲା ଆମ୍ବେଦକର ସଂଘର ସଭାପତି ସୁଧୀର କୁମାର ମୁକ୍ଷୀ, ସମ୍ପାଦକ ବିପିନ କୁମାର ଦଳେଇ, ଇଂ.ଏସ.କେ.ଇସୁଫ,ଜାନବ ଏସ.କେ. ନଇନ ଓ ଅନୁୱାର ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ ।
ଆଜିର ଖେଳ ବେସ ଚିତାକର୍ଷକ ହୋଇଥିଲା । ଉଭୟ ଦଳ ବେସ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ । ମଙ୍ଗଳା କ୍ଲବ କଟକ ୫-୩ ଗୋଲରେ ବିଜୟ ଲାଭ କରି ଫାଇନାଲକୁ ଉତୀର୍ଣ୍ଣ ହୋଇଛି । ଶ୍ରେଷ୍ଠ ଖେଳାଳୀ ଭାବେ ମଙ୍ଗଳା କ୍ଲବ କଟକର ପ୍ରକାଶ ନାୟକଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବା ଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ ଶ୍ରେଷ୍ଠ ଖେଳାଳୀ ଙ୍କୁ ଟ୍ରଫି ସହ ପୁରସ୍କୃତ କରିଥିଲେ । ଆଜି ଖେଳର ମୁଖ୍ୟ ରେଫରୀ ଭାବେ ରାଜୁ ମହାନ୍ତି ପରିଚାଳନା କରୁଥିବା ବେଳେ ସହାୟକ ରେଫରୀ ଭାବେ ଶଶିକାନ୍ତ ଦାସିଆ ଓ ଦେବରାଜ ସ୍ଵାଇଁ ପରିଚାଳନା କରିଥିଲେ ।
ଚତୁର୍ଥ ରେଫରୀ ଭାବେ ଜ୍ୟୋତି ରଞ୍ଜନ ସ୍ଵାଇଁ ପରିଚାଳନା କରୁଥିବା ବେଳେ ମ୍ୟାଚ କମିଶନର ଭାବେ ଆଲୋକ ଦାସ ଖେଳ ପରିଚାଳନା କରିଥିଲେ । ଆଜି ଖେଳର ଉଦ ଘୋଷକ ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଶେଖ ଅବଦୁଲ ଖାଲ୍ଲିକ,ପ୍ରଫେସର ଆଶୁତୋଷ ମିଶ୍ର ଓ ଭାଗିରଥି ପାସା ଯୋଗ ଦେଇଥିଲେ । ହଜାର ହଜାର ସଂଖ୍ୟକ ଦର୍ଶକ ଖେଳର ମଜା ଉଠାଇଥିଲେ ।ଆସନ୍ତା କାଲି ଦ୍ଵିତୀୟ ସେମି ଫାଇନାଲ ଅନୁଷ୍ଠିତ ହେବ । ଉତ୍ତରପଲ୍ଲୀ ମିଲନ ସଂଘ କୋଲକତାସହିତ ସମ୍ବଲପୁର ଏକାଡ଼େମୀ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।