ସାତକୋଶିଆ ଅଭୟାରଣ୍ୟରୁ ବାଲି ବୋଝେଇ ଟ୍ରାକ୍ଟର ଜବତ


ନୟାଗଡ଼,(): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ବଡ଼ଶିଲିଙ୍ଗା ପଞ୍ଚାୟତ ସାତକୋଶିଆ ଅଭୟାରଣ୍ୟରୁ ଏକ ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ ହୋଇଛି। ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଫାଲଗୁନି ସାରଥୀ ମଲ୍ଲିକ ଓ ବନ୍ୟପ୍ରାଣୀ କର୍ମଚାରୀମାନେ ଟ୍ରାକ୍ଟରକୁ ଜବତ କରିଛନ୍ତି। ଏହାକୁ ପୁରୁଣାପାଣି ସେସ୍କନ କାର୍ଯ୍ୟାଳୟରେ ରଖା ଯାଇଛି। ବନ୍ୟପ୍ରାଣୀ ବିଭାଗ ଏହାକୁ ନେଇ ମାମଲା ରୁଜୁ କରିବାକୁ ସଜବାଜ ହେଉଛି। ଏହି ବେଆଇନ ବାଲି ଚାଲାଣ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି ହେଉଛି।

You might also like