Skip to content

ସାଧାରଣ ନିର୍ବାଚନ ପୂର୍ବରୁ ଆଜି ବିଜେପି ପକ୍ଷରୁ ନୟାଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ସାଧାରଣ ନିର୍ବାଚନ ପୂର୍ବରୁ ଆଜି ବିଜେପି ପକ୍ଷରୁ ନୟାଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଦୀ ସରକାରଙ୍କ ୧୦ ବର୍ଷର ଶାସନ, ରାଜ୍ୟ ସରକାରଙ୍କ ବିଫଳତା ଓ କ୍ଷମତାକୁ ଆସିଲେ ଜିଲ୍ଲା ତଥା ରାଜ୍ୟର ବିକାଶ ପାଇଁ କି କି ପଦକ୍ଷେପ ନିଆଯିବ ଏ ନେଇ ନେତାମାନେ ନିଜର ମତ ରଖିଛନ୍ତି। ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଦଳର ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର କହିଲେ ଯେ, ମୋଦୀ ସରକାରଙ୍କ ୧୦ ବର୍ଷର ଶାସନ ମଧ୍ୟରେ ଅନେକ ଲୋକାଭିମୁଖୀ କାର୍ଯ୍ୟ କରାଯାଇଛି।

୫୦ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟରେ ଯୋଡ଼ି ହୋଇ ସୁବିଧା ପାଇଛନ୍ତି। ଏହା ସହ ୩୪ କୋଟି ନାଗରିକ ସ୍ବାସ୍ଥ୍ୟବୀମା, ୧୪ କୋଟିରୁ ଊର୍ଦ୍ଧ୍ବ ପରିବାର ବିଶୁଦ୍ଧ ପାନୀୟ ଜଳ ଟ୍ୟାପ୍ ଯୋଗେ ପାଇପାରିଛନ୍ତି। ୪ କୋଟିରୁ ଊର୍ଦ୍ଧ୍ବ ନାଗରିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସୁବିଧା ପାଇଛନ୍ତି। ଏଣୁ ଯଦି ଏଠାରେ ମଧ୍ୟ ବିଜେପି ସରକାର ଆସେ ତେବେ ମହିଳା, ଯୁବକ, ଗରିବ ଓ କୃଷକମାନଙ୍କ ଉନ୍ନତି ପାଇଁ ସମସ୍ତ ପଦ‌କ୍ଷେପ ନିଆଯିବ। ଦୀର୍ଘ ଦିନ ହେଲା ବନ୍ଦ ପଡ଼ିଥିବା ଚିନିକଳ ଦିଗରେ ପଦ‌କ୍ଷେପ ନିଆଯିବ।

ଏହି ଜିଲ୍ଲାର ଯୁବକ ଯୁବତୀମାନେ ଯେପରି ନିଯୁକ୍ତି ପାଇପାରିବେ, ସେଥିପାଇଁ ଏକ ନୂଆ ଚିନିକଳ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯିବ। ଏହାସହ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ଚାଷୀ, କୃଷକ ଓ ମହିଳାମାନଙ୍କୁ ଠକି ଚାଲିଛନ୍ତି ବୋଲି ଉର୍ମିଳା କହିଥିଲେ। ଦଳର ଜିଲ୍ଲା ସଭାପତି ତାପସ ମାର୍ଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରଣପୁର ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓ ନୟାଗଡ଼ ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Ad 1