ସାହିତ୍ୟ ଉତ୍ସଵ ଟିଏ ଆୟୋଜନ ପାଇଁ ଦୁଇଶହ ସ୍ଥାନ ବିଶିଷ୍ଟ ପ୍ରେକ୍ଷାଳୟ ଟିଏ ଆବଶ୍ୟକତା ହେଉଥିବାର ଉପଲବ୍ଧି କରି ନୟାଗଡ଼ର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ତରଫରୁ ନୟାଗଡ଼ର ବିଧାୟକ ଡ.ଅରୁଣ କୁମାର୍ ସାହୁଙ୍କ ନିକଟରେ ଦାବି ରଖାଯାଇଥିଲା l ସେଥିପାଇଁ ସେ ଉଦ୍ୟମକରି ନୟାଗଡ଼ ପଞ୍ଚାୟତ ସମିତି ପରିସରରେ ଗୋଟିଏ ସଭାଗୃହ ଆଜି ଉଦଘାଟନ କରିବା ସହିତ ସାହିତ୍ୟ ସଭା ପାଇଁ ଉତ୍ସର୍ଗ ହେଲା ବୋଲି ଘୋଷଣା କରିବା ସହିତ ସଂଧ୍ୟାରେ ନୟାଗଡ଼ ସହରରେ ଥିବା ବିଭିନ୍ନ ସାହିତ୍ୟ ଅନୁଷ୍ଠାନକୁ ନେଇ ଏକ ସାରସ୍ଵତ ମିଳନ ପର୍ବ ଆୟୋଜନ କରିଥିଲେ l

ଏଥିରେ ବିଧାୟକ ଅରୁଣ ସାହୁ ଯୋଗଦେଇ ସାହିତ୍ୟ ଜୀବନକୁ ସରସ ସୁନ୍ଦର ଓ ସାବଳୀଳ କରିଥାଏ ବୋଲି ବକ୍ତବ୍ୟ ରଖିଥିଲେ l ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ବ୍ଲକ୍ ଶିକ୍ଷା ଅଧିକାରୀ ନିମାଇଁ ପ୍ରଧାନ, ନାଟ୍ୟଭୁଷଣ ଡ. ବିଜୟ କୁମାର ଚୌଧୁରୀ, ସମାଜସେବୀ ପ୍ରମୋଦ ପଟ୍ଟନାୟକ,ନାଟ୍ୟକାର ପ୍ରଧାନୀ ବୃନ୍ଦାବନ ମହାପାତ୍ର, କବୟିତ୍ରୀ ଡ. ସୁକାନ୍ତି ମହାନ୍ତି, ଅନୁବାଦକ ଶରତ ଆଚାର୍ଯ୍ୟ, କବି ଗୋଦାବରୀଶ ମିଶ୍ର, ଗାଳ୍ପିକ ଡ. ଆଶୁତୋଷ ମିଶ୍ର ଯୋଗଦେଇଥିଲେ l

ନୟାଗଡ଼ ସହରରେ ଥିବା ସତରଟି ସାହିତ୍ୟ ଅନୁଷ୍ଠାନ ଏହି ସାରସ୍ଵତ ମିଳନର ଆବାହକ ଥିଲେ l ସାରସ୍ଵତ ସଭାରେ ବିରଷ୍ଠ ତଥା ଖ୍ୟାତିସମ୍ପନ୍ନl ଶିଶୁ ସାହିତ୍ୟିକା ବସିରନ ବିବି ଅଧ୍ୟକ୍ଷତା କରିଥିବା ବେଳେ କବି ଗୋପିନାଥ ସେଠୀ ସ୍ବାଗତ ଅଭିଭାଷଣ ରଖିଥିଲେ l କବି ତଥା ଜିଲ୍ଲା ଲେଖକ ପରିଷଦ ସଂପାଦକ ଶେଖ୍ ଅବଦୁଲ୍ ଖାଲିକ୍ ଙ୍କ ସଂଯୋଜନାରେ ସାରସ୍ଵତ ମିଳନ ପର୍ବ ସମାହିତ ହୋଇଥିବା ବେଳେ କବି ଅଶୋକ ମଲ୍ଲ ଓ କବୟିତ୍ରୀ ଜୟଶ୍ରୀ ଦେବୀ କବିତା ସଂଯୋଜନା କରିଥିଲେ l ପରମ୍ପରାର ସଂପାଦକ ଡ. ନିର୍ମଳ ଚନ୍ଦ୍ର ଶୁରଦେଓ ଧନ୍ୟବାଦ ଅର୍ପଣ କରିଥିଲେ l ପାଖାପାଖି ଅଶିରୁ ଉର୍ଦ୍ଧ୍ବ କବିତା ପାଠ କରାଯାଇଥିଲା l