ସାର୍ବଜନୀନ ଦୁର୍ଗା ପୂଜା ସମିତି ନୟାଗଡ଼ ପକ୍ଷରୁ ନୟାଗଡ଼ ବ୍ଳକ ସଭାଗୃହ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆଗାମୀ ଶାରଦୀୟ 63ତମ ଦୁର୍ଗା ପୂଜା ପାଇଁ ସାର୍ବଜନୀନ ଦୁର୍ଗା ପୂଜା ସମିତି ନୟାଗଡ଼ ପକ୍ଷରୁ ନୟାଗଡ଼ ବ୍ଳକ ସଭାଗୃହ ରେ ଅପରାହ୍ନ 4ଘଟିକା ସମୟ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି, ଏହି ଅବସରରେ ନୟାଗଡ଼ ର ମାନ୍ୟବର ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ଥିବା ବେଳେସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରଧ୍ୟକ୍ଷା ନିରୁପମା ଖଟେଇ, ପୌର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ ଓ ଜିଲ୍ଲା ପରିଷଦ ସୁବାଷ କଅଁର ପ୍ରମୁଖ ଯୋଗ ଦେଇଥିଲେ । ଏ ବର୍ଷ କିପରି ଭଲ ଭାବରେ ସାର୍ବ ଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହେବ ସେଥି ନିମନ୍ତେ ଆଲୋଚନା କରାଯାଇଥିଲା । ସାର୍ବ ଜନୀନ ଦୁର୍ଗା ପୂଜା କମିଟିର ସମ୍ପାଦକ ସୁମନ କୁମାର ସାହୁ ବିଗତ ବର୍ଷରେ ୪ ଲକ୍ଷ ୭୦ ହଜାର ଟଙ୍କା ଆୟ କରାଯାଇଥିବା ବେଳେ ୪ ଲକ୍ଷ ୬୬ ହଜାର ଟଙ୍କା ବ୍ୟୟ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ । ଏବର୍ଷ ପୂଜା ପାଇଁ ୫ ଲକ୍ଷ ୫୦ ହଜାର ଟଙ୍କାର ଆବଶ୍ୟକତା ନିମନ୍ତେ ଆଲୋଚନା କରାଯାଇଥିଲା । ନୟାଗଡ଼ ବ୍ଲକ ପକ୍ଷରୁ ଚରୁ ବାବଦ ଖର୍ଚ୍ଚ ବହନ କରିବା ପାଇଁ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ପ୍ରକାଶ କରିଥିଲେ । ସେହିପରି ଭାବେ ମୁର୍ତି ଖର୍ଚ୍ଚ ନୟାଗଡ଼ ପୌରାଞ୍ଚଳ ବହନ କରିବ ବୋଲି ପୌରାଧ୍ୟକ୍ଷା ନିରୁପମା ଖଟ୍ଟେଇ ପ୍ରକାଶ କରିଥିଲେ । ମେଢ଼ ପାଇଁ ହେବାକୁ ଥିବା ଖର୍ଚ୍ଚ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ । ଇରାନୀ ରାୟ ୩୦ ହଜାର ଟଙ୍କା ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ । ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଚୁଲି ଚାନ୍ଦାକୁ ଅଧୀକ ଗୁରୁତ୍ୱ ଦିଆଯାଇଥିଲା । ସମସ୍ତ କାଉନସିଲର ମାନଙ୍କ ତତ୍ୱାବଧାନରେ ଚୁଲି ଚାନ୍ଦା ଆଦାୟ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ପୂର୍ବ ବର୍ଷ ଭଳି ଏବର୍ଷ ସମସ୍ତଙ୍କୁ ନିୟମ ମୁତାବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ନୟାଗଡ଼ ବିଧାୟକଙ୍କ ଉଦ୍ୟମରେ ଦୁର୍ଗା ମଣ୍ଡପ ନିର୍ମାଣ କରାଯାଇଥିବାରୁ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ମାନେ ଡ. ସାହୁଙ୍କୁ ଧନ୍ୟବାଦ ଦେଇଥିଲେ । ସୁଚନାନୁସାରେ ନୟାଗଡ଼ ସହରର ସର୍ବ ପୁରାତନ ପୂଜା ଅନୁଷ୍ଠାନ ହେଉଛି ସାର୍ବଜନୀନ ଦୁର୍ଗାପୂଜା କମିଟି । ବିଗତ ୬୩ ବର୍ଷ ତଳେ ତତକାଳୀନ ପ୍ରଶାସନିକ ଅଧିକାରୀ ଓ କିଛି ସାଧାରଣ ଜନତାଙ୍କ ମିଳିତ ଉଦ୍ୟମରେ ଏହି ଅନୁଷ୍ଠାନ ଗଢ଼ି ଉଠିଥିଲା । ପ୍ରଶାସନ ଓ ସାଧାରଣ ଜନତାଙ୍କ ମଧ୍ୟରେ ସୁ ସମ୍ପର୍କ ଗଢ଼ି ତୋଳିବା ଲକ୍ଷରେ ଏହି ଅନୁଷ୍ଠାନ ଆରମ୍ଭ ହୋଇଥିଲା । ଅନୁଷ୍ଠାନର ସଭାପତି ନିର୍ମଳ ଚନ୍ଦ୍ର ସୁରଦେଓ ପ୍ରାରମ୍ଭିକ ଅଭିଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

You might also like