ସାର୍ଵଜନୀନ ଦୁର୍ଗା ପୂଜା ସମିତି ନୟାଗଡ଼ ପକ୍ଷରୁ ବ୍ଲକ ସଭାଗୃହ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୂଚନା ଅନୁଯାୟୀ ଚଳିତ ବର୍ଷ ମାଙ୍କ ପୂଜା ଆଗାମୀ ସେପ୍ଟେମ୍ବର ମାସ 27ତାରିଖ ଆରମ୍ଭ ହେବାକୁ ଯାଉଥିବା ବେଳେ ନୟାଗଡ଼ ସାର୍ଵଜନିନ ଦୁର୍ଗା ପୂଜା ସମିତି ପକ୍ଷରୁ ନୟାଗଡ଼ ବ୍ଲକ ସଭାଗୃହ ରେଆଜି 4ଘଟିକାସମୟ ରେପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି,

ବ୍ଲକ ସଭାଗୃହ ରେ ଏହି ବୈଠକ ରେମାନ୍ୟବର ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଯୋଗ ଦେଇ ଥିବା ବେଳେ ପୂଜା ସମିତି ର ସଭାପତି ନିର୍ମଳ ସୁରଦେଓ ଙ୍କ ତତ୍ୱାବଧାନ ରେ, ରଣପୁର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ,, ପୌରପରିଷଦ ଅଧକ୍ଷା ନିରୁପମା ଖଟେଇ,ଉପାଧକ୍ଷ ଗୁରୁପ୍ରସାଦ ଜେନା,,ସନ୍ତୋଷ ପ୍ରଧାନ ଯୋଗ ଦେଇ ଥିଲେ, ଗତ ବର୍ଷପୂଜା ର ବ୍ୟୟ ଅଟକଳ ଉପରେ ମତାମତ ନେଇ ଚଳିତ ବର୍ଷ କାର୍ଯ୍ୟା ଧାରା ସମାପନ କରିବା ନେଇ ବୈଠକ ରେ ନିଷ୍ପତି ହୋଇଥିଲା,

ଏହାକୁ କିପରି ଚଳିତ ବର୍ଷ ଧୁମ ଧାମ ରେ ପାଳନ କରାଯିବ, ତାକୁ ନେଇ ବିଧାୟକ ଙ୍କ ସହ ଉପସ୍ଥିତ ନୟାଗଡ଼ ର ବୁଦ୍ଧିଜୀବୀ, କାଉନ ସିଲର, ଜନ ସଧାରଣ ନିଜର ମତାମତ ପ୍ରଦାନ କରିଥିଲେ, ଚଳିତ ବର୍ଷ ପୂଜା, ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ ହେବାକୁ ନିଷ୍ପତି ହୋଇଥିବା ବେଳେ, ଗତବର୍ଷ ର ବ୍ୟୟ ଅଟକଳ କୁ ନେଇ ସମ୍ପାଦକ ସୁମନ କୁମାର ସାହୁ ପାଠ କରିଥିଲେ,ପରିଶେଷରେପୂଜା କମିଟି ପକ୍ଷରୁ ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା

You might also like