ସାର ର ଅଭାବି ବିକ୍ରି,ଓ ଚାଷୀ ମାନଂକୁ ସାର ଯୋଗାଇବା ନିମନ୍ତେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ

ସୂଚନା ଅନୁଯାୟୀ ଆଜି 11ଘଟିକା ସମୟ ରେ ନବ ନିର୍ମାଣ କୃଷକ ସଂଗଠନ ନୟାଗଡ଼ ପକ୍ଷରୁ ସାର ର ଅଭାବି ବିକ୍ରି ନେଇ ତଥା ଚାଷୀ ଙ୍କୁ ସାର ଯୋଗାଇବା ନିମନ୍ତେ ଜିଲାପାଳଙ୍କ କାର୍ଯ୍ୟାଳୟ ରେ ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି, ସାର ର ଅଭାବି ବିକ୍ରି ଚାଲିଥିବା ବେଳେ ଚାଷୀ ସାର ପାଇପାରୁନାହାନ୍ତି,ବଜାର ତଥାବାହାରେ ସାର କଳା ବଜାରୀ ରୂପେ ବିକ୍ରି ହେଉଛି,ନୟାଗଡ଼ ଜିଲ୍ଲା ରେ 154ଟି ସେବା ସମବାୟ ସମିତି ମଧ୍ୟରୁ 96ଟିକୁ ବର୍ତ୍ତମାନ ସୁଦ୍ଧା 1700ମେଟ୍ରିକଟନ ସାର ଚାଷୀ ଙ୍କୁ ବିକ୍ରି କରାଯାଇଥିବା କୁହାଯାଇଥିବା ବେଳେ ଘରୋଇ ବିତରକମାନେ 4600ମେଟ୍ରିକ ଟନ ସାର ଉଠାଇ ସାରିଲେଣି, ଏପଟେ ନାମିଦାମୀ ହୋଲସେଲର ଓ ସେମାନଙ୍କ ଅଧିକୃତ ବିତରକ ମାନେ ସାର କାକବଜାରୀ ରେ ସମ୍ପୃକ୍ତ ରହୁଛନ୍ତି, ମାର୍କଫେଡ଼ ସାର ସୁଷମ ବଣ୍ଟନ କରିପାରୁନାହିଁ, ତତ ସହିତ ଓଡ଼ଗାଁ ବ୍ଲକ କୋମଣ୍ଡ ସମବାୟ ସମିତି ରେ ନିକଟରେ ଯାଇଥିବା ସାରକୁ ନେଇ ଅଭାବହେବାରୁ କିଛି ଚାଷୀ 15କିଲୋ ସାର ବାଣ୍ଟି ନେଇ ଥିବା ଦେଖା ଯାଇଛି, ସାର ର ଅଭାବି ବିକ୍ରି ନେଇ ଚାଷୀ ଶୋଷଣ ହେଉଥିବାରୁ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ଉପସ୍ଥିତ ହୋଇ ଶୋଷଣ ନୀତି ବନ୍ଦ କରି ନୟାଗଡ଼ ଜିଲ୍ଲା ର ସମସ୍ତ ସେବା ସମବାୟ ସମିତି କୁ ବହୁଳ ମାତ୍ରା ରେ ସାର ଯୋଗାଇବା ସଂଗେ ସଂଗେ ଜିଲାପାଳଙ୍କ କାର୍ଯ୍ୟାଳୟ ରେ ଉପସ୍ଥିତ ଥିବା ଚାଷୀ ମାନଂକୁ ଅତିକମ ରେ 2ବସ୍ତା ଯୋଗାଇବା ପାଇଁଜିଲାପାଳଙ୍କୁ ନିବେଦନ କରିବା ସହିତ,ଦାବି ପତ୍ର ପ୍ରଦାନ କରିଛନ୍ତି, ନଚେତ ସାର ମିଳିବା ପର୍ଯ୍ୟନ୍ତ କାର୍ଯ୍ୟାଳୟ ରେ ଶାନ୍ତି ପୁର୍ଣଭାବେ ବସି ରହିବେ ବୋଲି ଜିଲ୍ଲା ସଂଯୋଜକମହେଶ୍ୱର ଜେନା ସୂଚନା ଦେଇ ଛନ୍ତି, ଏପଟେ ଚାଷୀ ବସିଥିବା ସ୍ଥାନ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପରିସର ରେ ତନୟାଗଡ଼ ହସିଲଦାର ରାଜେଶ କେଶରୀ ସ୍ୱାଇଁ, ଓ ଡିଆର ସି ଏସ ଅନନ୍ତ ନାୟକ ପହଂଚି ବୁଝା ସୁଝାକରିଥିଲେ, କିନ୍ତୁ ଚାଷୀ ମାନେ ସାର ନେବାପାଇଁ ଜିଦ ଧରିଥିବା ଦେଖା ଯାଇଛି, କେବେ, କିପରି ଚାଷୀମାନଂକୁ ସାର ମିଳୁଛି ତାହା ଦେଖିବାକୁ ବାକି ରହିଲା

You might also like