ମୋଦୀ ସରକାରଙ୍କ ଜନ ବିରୋଧି କେନ୍ଦ୍ର ବଜେଟ ୨୦୨୫ -୨୬ ର ପ୍ରତିପାଦରେ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ର ମିଳିତ ମଞ୍ଚ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ଆଜି ଦେଶ ତମାମ ପ୍ରତିବାଦ ପରିପ୍ରେକ୍ଷୀ ରେ ସିଆଇଟିୟୁ ଓ କୃଷକ ସଭା ତରଫରୁ12ଘଟିକା ସମୟ ରେ ଏକ ଶୋଭାଯାତ୍ରା ନୟାଗଡ଼ ପୂର୍ତ୍ତ ବିଭାଗ ବଙ୍ଗଳା ଠାରୁ ବାହାରି ବଜାର ପରିକ୍ରମା ପରେ ପୁରୁଣା ବସଷ୍ଟାଣ୍ଡ ଠାରେ ପ୍ରତିବାଦ କରାଯାଇଥିଲା। ସାଥୀ ବିଶ୍ଵନାଥ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତା ମାନେ ବିଜେପି ନେତୃତାଧୀନ ଏନ ଡି ଏ ତୃତୀୟ ପାଳିର ମୋଦୀ ସରକାର ଗତ ଫେବ୍ରୁୟାରୀ ୧ ତାରିଖ ରେ ଉପସ୍ଥାପନ କରିଥିବା ଶ୍ରମିକ ଓ କୃଷକ ସ୍ଵାର୍ଥ ବିରୋଧୀ ୨୦୨୫ -୨୬ କେନ୍ଦ୍ରୀୟ ବଜେଟ କୁ ଦୃଢ଼ ବିରୋଧ ସହ ନିନ୍ଦା କରିଥିଲେ। ମୋଦୀ ସରକାର ଉଦାର ଅର୍ଥ ନିତିକୁ ଆଦାନୀ ଆମ୍ବାନୀ ଭଳି ବୃହତ ପୁଞ୍ଜିପତି ଙ୍କ ପାଇଁ କ୍ଷିପ୍ର ଗତିରେ ଅଧିକ ଲାଭ ଦେଉ ଥିଲା ବେଳେ ଗରୀବ, ଚାଷୀ,ଖାଉଟି , ଶ୍ରମିକ, ଯୁବକ , ଛାତ୍ର ଓ ମହିଳା ସ୍ଵାର୍ଥ ବିରୋଧୀ ବୋଲି ଆନ୍ଦୋଳନ ତରଫରୁ ଅଭିଯୋଗ କରାଯାଇଥିଲା। ସରକାର ଚାଷୀଙ୍କ ଫସଲର ସର୍ବନିମ୍ନ ସହାୟକ ମୂଲ୍ଯ, ଠିକା ଶ୍ରମିକ ଙ୍କୁ ସ୍ଥାୟୀ କରଣ ଓ ସର୍ବନିମ୍ନ ଦରମା,ଯୁବକ ଙ୍କୁ ନିଯୁକ୍ତି ଓ ଆକାଶ ଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ ଭଳି ମୌଳିକ ଦାବୀ ଗୁଡିକୁ କାର୍ଯ୍ୟକାରୀ ନ କରି ମୋଦୀ ସରକାରର ସାମ୍ପ୍ରଦାୟିକ ବିଦ୍ୱେଷ,ଭାଇଚାରା ବିଚ୍ଛିନ୍ନ ପାଇଁ ଏକ ଦେଶ ଏକ ନିର୍ବାଚନ ଓ ମସଜିଦ ତଳେ ମନ୍ଦିର ଥିବା ଭଳି ଅଯଥା ବାଦାନୁବାଦ କଥା କହି ସମାଜ ରେ ବିବାଦ ସୃଷ୍ଟି କରୁଛନ୍ତି।ମୋଦୀ ସରକାର ଏ ବଜେଟରେ କର୍ପୋରେଟ ସପକ୍ଷରେ ଅଧିକ ଅର୍ଥ ବରାଦ କରି ଗରୀବ ଓ ମଧ୍ଯବିତ୍ତ ଙ୍କୁ ନୀରାସା କରିଥିବାରୁ ସଙ୍ଗଠନ ତରଫରୁ ଏହାକୁ ପ୍ରତ୍ଯାଖାନ କରିବା ସହ ସର୍ବସାଧାରଣ ରେ ଆନ୍ଦୋଳନ କାରୀ ମାନେ ବଜେଟ କୁ ପୋଡା ଜଳା କରିଥିଲେ।
ଏହି ପ୍ରତିବାଦ ସଭାରେ ସାଥୀ ବିଶ୍ବନାଥ ମହାପାତ୍ର, ଚାଷୀ ନେତା ହରିଶ୍ଚନ୍ଦ୍ର ମିଶ୍ର,ଶ୍ରମିକ ନେତା ସୁରେଶ ସ୍ଵାଇଁ, କ୍ଷେତ ମୁଲିଆ ନେତା ନିତ୍ୟାନନ୍ଦ ପରିଡା,ସରୋଜ ନାୟକ,ଚାପ ଧାରୀ ରାଉତ , ପବିତ୍ର ଇନ୍ଦ୍ରଜିତ ମହିଳା ନେତ୍ରୀ ଜ୍ୟୋତିପ୍ରଭା ଜେନା ଓ ରଂଜୁଲତା ମହାପାତ୍ର ପ୍ରମ୍ମୁଖ ବକ୍ତବ୍ଯ ଦେଇ ଥିଲେ।