ସିଆଇଟିୟୁ ନେତୃତ୍ଵରେ ଓଡିଶା ଆଶାକର୍ମୀ ଆସୋସିଏସନ,ଖଣ୍ଡପଡା ବ୍ଳକ କମିଟି ତରଫରୁ ନୂଆ ଗଡିଆ ସାହି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ରେ ଆଶାକର୍ମୀଙ୍କ ଗଣଧାରଣା ଅନୁଷ୍ଠିତ ହୋଇ ଥିଲା। ରୂପ ମଞ୍ଜରୀ ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଗଣ ଧାରଣାରେ ସଙ୍ଗଠନର ରାଜ୍ଯ ଉପ ସଭାପତି ସୁରେଶ ସ୍ଵାଇଁ,ଜିଲ୍ଲା ସଭାପତି ଚାପ ଧାରୀ ରାଉତ , ବ୍ଳକ ସମ୍ପାଦିକା ବାସନ୍ତି ବେହେରା, ସନ୍ତୋଷିନୀ ସାହୁ,ରୀତା ସାହୁ, ପ୍ରଭାସିନୀ ସାହୁ,ପ୍ରତିମା ନାୟକ,ଶାନ୍ତି ଲତା ଦାସ,ଶରତ ସାହୁ ଓ ଜୟଦେବ ସାହୁ ପ୍ରମ୍ମୁଖ ଆଲୋଚନା କରି ରାଜ୍ୟ ଓ କେନ୍ଦ୍ରର ବିଜେପି ନେତୃତ୍ଵାଧୀନ ଡବଲ ଇଞ୍ଜିନି ସରକାର ଙ୍କ ଶ୍ରମିକ ବିରୋଧୀ ଓ ପୁଞ୍ଜିପତି ସପକ୍ଷ ବାଦୀ ନୀତି କୁ ତୀବ୍ର ସମାଲୋଚନା କରିଥିଲେ। ଆଶାକର୍ମୀ ମାନଙ୍କ ପ୍ରତି ସରକାର ବାରମ୍ବାର ଅବହେଳା କରିବାରୁ ସରକାରୀ କର୍ମଚାରୀ ଓ ସର୍ବ ନିମ୍ନ ଦରମା ପାଇବାରୁ ଆଜି ବଞ୍ଚିତ ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ।ମୋହନ ସରକାର ଆଶାକର୍ମୀଙ୍କ ବିଭିନ୍ନ ଦାବୀ ପୂରଣ କରିବାକୁ ପ୍ରତି ଶୃତି ଦେଇ କାର୍ଯ୍ଯ କାରୀ କରି ନ ଥିବାରୁ ଏହାର ପ୍ରତିବାଦ କରି ଆସନ୍ତା ମାର୍ଚ୍ଚ ୧୦ ତାରିଖ ରୁ ଆଶାକର୍ମୀଙ୍କ ବିଧାନସଭା ସମ୍ମୁଖ ରେ ଅହୋରାତ୍ର କାର୍ଯ୍ଯ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଗଠନ ତରଫରୁ ଚେତାବନୀ ଦିଆ ଯାଇଛି। ପରି ଶେଷ ରେ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ର ଅଧିକାରୀ ଡାକ୍ତର ଅଭିସାର ପଣ୍ଡା ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯ ରେ ୧୭ ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇ ଥିଲା।
ସିଆଇଟିୟୁ ନେତୃତ୍ଵରେ ଆଶା କର୍ମୀଙ୍କ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ଦାବୀ ପତ୍ର ପ୍ରଦାନ
