ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ଅଗ୍ନି ନିୟନ୍ତ୍ରଣ ଓ ବିପଦରୁ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ …
ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ନୟାଗଡ଼ ଅଗ୍ନିଶମ କାର୍ଯ୍ୟାଳୟ ସହଯୋଗରେ ଅଗ୍ନି ନିୟନ୍ତ୍ରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ହେଉ ବା ଘରେ ହଠାତ୍ ନିଆଁ ଲାଗିଗଲେ ଅଧିକ କ୍ଷୟକ୍ଷତି ହେବା ପୂର୍ବରୁ ନିଆଁକୁ କିପରି ଆୟତ କରିହେବ ତାହା ଉପରେ ବିଦ୍ୟାଳୟର ପିଲାମାନଙ୍କୁ ଦମକଳ ବାହୀନି କର୍ମଚାରୀ ମାନେ ବିଭିନ୍ନ ଉପାୟ ମାଧ୍ୟମରେ ବୁଝାଇଥିଲେ l ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ଅନୁରୋଧ ପତ୍ର ମାଧ୍ୟମରେ ନୟାଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀମାନେ ବନ୍ୟା ବାତ୍ୟାରୁ ରକ୍ଷା ଓ ଅଗ୍ନିକୁ ନିୟନ୍ତ୍ରଣ ଉପରେ ଅନେକ କୌଶଳ ଦେଖାଇଥିଲେ l
