Skip to content

ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ୭୬ତମ ବନମହୋତ୍ସବ ପାଳିତ….

ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ୭୬ତମ ବନମହୋତ୍ସବ ଓ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବୃକ୍ଷରୋପଣ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ମା’ ଫାଉଣ୍ଡେସନ”ର କର୍ମକର୍ତ୍ତା ଏବଂ ବିଦ୍ୟାଳୟ ପରିବାରର ମିଳିତ ସହଯୋଗରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଆଲୁମିନି କମିଟି,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଭାଗ ନେଇଥିଲେ । ମା’ ଫାଉଣ୍ଡେସନ ତରଫରୁ ସଂଯୋଜକ ତଥା ପ୍ରକୃତି ମିତ୍ର ରଞ୍ଜନ ରଶ୍ମୀ ଜେନା, ବିଶିଷ୍ଟ ସମାଜସେବୀ ଦାମୋଦର ସାହୁ, ଅଭିନେତା ଦେବେନ୍ଦ୍ର ପରମଗୁରୁ, ଗୋପି ଗପବାଲା ଗୋପିନାଥ ସେଠୀ, ବ୍ୟଙ୍ଗକବି ଘରବୁଡ଼ା ପ୍ରତାପ ସାହୁ, ଆଲୁମିନି ସଭାପତି ଭଗବାନ୍ ଜେନା ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ l


ପରେ ପରେ ବୃକ୍ଷର ଉପକାରିତା ଉପରେ ସଚେତନ ସଭା ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଉପସ୍ଥିତ ଅତିଥି ମାନଙ୍କ ସହିତ ସହକାରୀ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ର, ସବିତା ପଟ୍ଟନାୟକ, ନିଶାମଣି ମିଶ୍ର, ଜ୍ୟୋତିର୍ମୟୀ ରାଉତ, ରଶ୍ମୀ ରଞ୍ଜିତା ବେହେରା, ସୁଷମା ବିଶ୍ଵାଳ,ସ୍ଵପ୍ନାରାଣୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମକୁ ବରିଷ୍ଠ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ସଂଯୋଜନା କରିଥିବା ବେଳେ କ୍ରୀଡ଼ାଶିକ୍ଷକ ଜିତେନ୍ଦ୍ର ଗୁରୁ ଓ ଉର୍ଦ୍ଦୁଶିକ୍ଷକ ଅବଦୁଲ୍ ୱାହିଦ୍ ସହଯୋଗ କରିଥିଲେ l ସଭା ପରିଶେଷରେ ବିଜ୍ଞାନଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l

Ad 1