ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ସିନ୍ଦୂରିଆ ପ୍ରାଙ୍ଗଣରେ ଶିଶୁ ଦିବସ ପାଳିତ

ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ,ବିଶିଷ୍ଠ ସ୍ଵାଧୀନତା ସଂଗ୍ରାମୀ ତଥା ଜାତି ପିତା ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ ପଣ୍ଡିତ ଜୱାହାରଲାଲ ନେହେରୁଙ୍କ ଜନ୍ମତିଥିକୁ ଆଜି ଶିଶୁ ଦିବସ ଭାବରେ ପାଳନ କରାଯାଇଛି l

ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ସିନ୍ଦୂରିଆ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରୀ ସାହୁଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ପାଳିତ ହୋଇଯାଇଛି l ବରିଷ୍ଠ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ଦିବସର ମାହାତ୍ମ୍ୟ ଉପରେ ଆଲୋକପାତ୍ କରିଥିବା ବେଳେ ବିଭିନ୍ନ ଶ୍ରେଣୀର ଛାତ୍ର/ଛାତ୍ରୀ ପଣ୍ଡିତ ନେହେରୁଙ୍କ ଉପରେ ବକ୍ତବ୍ୟ ରଖିଥିଲେ l

ସହକାରୀ ଶିକ୍ଷୟିତ୍ରୀ ନିଶାମଣି ମିଶ୍ର ସୁଲଳିତ କଣ୍ଠରେ ପଣ୍ଡିତ ନେହେରୁଙ୍କ ଉପରେ ସୁନ୍ଦର୍ ଗୀତ ଟିଏ ଗାନ କରିଥିଲେ l ବରିଷ୍ଠ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ର, ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ରାଉତ, ମଗ୍ନମ୍ ଜାହାଁ, ରଞ୍ଜିତା ବେହେରା, ସଲିମ ଇବ୍ରହିମ୍ ଓ ପ୍ରଧାନଶିକ୍ଷୟିତ୍ରୀ ଝୂମୂରୀ ସାହୁ ପଣ୍ଡିତ ନେହେରୁଙ୍କ ଜୀବନୀ ଉପରେ ଆଲୋଚନା ରଖି ଭବିଷ୍ୟତରେ ସୁନାଗରିକ ହୋଇ ସମାଜ ତଥା ଦେଶର ମଙ୍ଗଳର ବ୍ରତୀ ହେବାପାଇଁ ଛାତ୍ର ଛାତ୍ରୀଙ୍କ ଆହ୍ଵାନ କରିଥିଲେ l

ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ମଧୁସ୍ମିତା ସାହୁ, ଲକ୍ଷ୍ମୀପ୍ରିୟା ନାୟକ ଓ ଜିତେନ୍ଦ୍ର ଗୁରୁ ପରିଚାଳନା କରିଥିଲେ l ସଭା ଆରମ୍ଭରୁ ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରାଯାଇଥିବା ବେଳେ ପେନ୍, ପେନସିଲ୍ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l ତତ୍ ସହିତ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ l

You might also like