ସିନ୍ଦୁରିଆ ଉଚ୍ଚବିଦ୍ୟାଳୟଟି ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ବିଦ୍ୟାଳୟର ମାନ୍ୟତା ପାଇବା ପରେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଏହାକୁ 5T ଅଧୀନରେ ରୂପାନ୍ତରିଣ କାର୍ଯ୍ୟ କରି ଏହାର ଭିତ୍ତିଭୂମି ଆମୂଳଚୂଳ ପରିବର୍ତ୍ତନ କରିଛନ୍ତି । ଅଦ୍ୟାବଧି ବିଦ୍ୟାଳୟର ଦୁଇଟି ସ୍ମାର୍ଟ ଶ୍ରେଣୀ ଗୃହକାର୍ଯ୍ୟ ସମାପ୍ତ ହୋଇଥିବାବେଳେ ବିଜ୍ଞାନାଗାର ଓ ଇ – ଲାଇବ୍ରେରୀ ଗୃହକାର୍ଯ୍ୟ ଚାଲୁ ରହିଛି । ତତ୍ ସହିତ ବିଦ୍ୟାଳୟର ହତାର ନକ୍ସା ବଦଳାଯାଇ ନୂଆ ରୂପରେ ସାଜ ସଜା କାର୍ଯ୍ୟ ମଧ୍ୟ ଚାଲୁ ରହିଛି । ନୂତନ ରାସ୍ତା ଓ ବିଦ୍ୟାଳୟର ଫାଟକ କାର୍ଯ୍ୟପାଇଁ କାମ ଆରମ୍ଭ ହୋଇଛି । ବିଦ୍ୟାଳୟର ରୂପାନ୍ତରିତ ନୂଆ ରୂପରେଖ କୁ ଦେଖିବା ପାଇଁ ଶତାଧିକ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଥିଲେ । ପୁରାତନ ଛାତ୍ର ତଥା ବିଦ୍ୟାଳୟର ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ , ନାରାୟଣ ସାହୁ ଓ ଭଗବାନ୍ ଜେନାଙ୍କ ଆବାହକତ୍ବରେ ସମସ୍ତ ଛାତ୍ରଛାତ୍ର ଏକତ୍ର ହୋଇ ବିଦ୍ୟାଳୟ ଶ୍ରେଣୀଗୃହହତା ବୁଲି ଦେଖିଥିଲେ । ସରକାରଙ୍କ ଉତ୍ତମ ପଦକ୍ଷେପ, ଜିଲ୍ଲା ପ୍ରଶାସନର ସହଯୋଗ ତଥା ମାନ୍ୟବର ବିଧାୟକ ଡ଼.ଅରୁଣ କୁମାର ସାହୁଙ୍କ ଉଦ୍ୟମରେ ବିଦ୍ୟାଳୟର ନବକଳେବର ଘଟିଥିବାରୁ ସଭିଏଁ ସରକାର ତଥା ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ପରେ ପରେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଦ୍ଭା ଅନୁଷ୍ଠିତ ହୋଇଥିଲା ।

ସମସ୍ତ ଛାତ୍ର ଛାତ୍ରୀ ନିଜ ଅତୀତର ସ୍ମୃତିଚାରଣ କରିବା ସହିତ ଆଗାମୀ ଦିନରେ ସମସ୍ତ ବ୍ୟାଚର ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ବନ୍ଧୁମିଳନ କରିବା ପାଇଁ ପ୍ରସ୍ତାବ ରଖିଥିଲେ ।ସମସ୍ତଙ୍କ ସହମତିରେ ଆଗାମୀ ଫେବୃଆରୀ ୧୮ ତାରିଖ ଦିନ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୂରାତନ ଛାତ୍ରଛାତ୍ରୀ ଙ୍କ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ କରାଇବା ପାଇଁ ପ୍ରସ୍ତାବ ଗୃହୀତ ହେଲା । ନିର୍ମାଣ କାର୍ଯ୍ୟ ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ଆଗାମୀ ବାର୍ଷିକ ଉତ୍ସବ ପୂର୍ବରୁ ସମସ୍ତ ସମସ୍ତ ବ୍ୟାଚର ଛାତ୍ରଛାତ୍ରୀ ଙ୍କ ନେଇ ଗୋଟିଏ ହ୍ୱାଟସପ୍ ଗ୍ରୁପ୍ ଗଠନ କରି ତୁରନ୍ତ ଆନୁସଙ୍ଗିକ ବାର୍ତ୍ତା ଅନ୍ୟ ମାନଙ୍କୁ ପ୍ରଦାନ ନିମନ୍ତେ ପ୍ରସ୍ତାବ ଗୃହୀତ କରାଗଲା
