ସିପିଆଇ (ଏମ୍)ର ୧୧ତମ ଜିଲ୍ଲା ସମ୍ମିଳନୀ ର ପ୍ରତିନିଧି ଅଧିବେସନରଣପୁର ଠାରେ ନୂତନ କମିଟି ଗଠନ

CPI(M) ର ୧୧ତମ ନୟାଗଡ଼ ଜିଲ୍ଲା ସମ୍ମିଳନୀ ର ଦ୍ଵିତୀୟ ଦିବସ ର ପ୍ରତିନିଧି ଅଧିବେଶନରଣପୁର ଠାରେ ସାଥୀ ବିଶ୍ବନାଥ ମହାପାତ୍ର,ବିନୋଦ ନାୟକ ଓ ଜ୍ୟୋତି ପ୍ରଭା ଜେନା ଙ୍କ ସଭାପତି ମଣ୍ଡଳୀ ରେ11ଘଟିକା ସମୟ ରେ ଅନୁଷ୍ଠିତ ହୋଇ ଥିଲାବେଳେ ରାଜ୍ଯ ନେତୃତ୍ବ ସାଥୀ ଦୁଷ୍ମନ୍ତ ଦାସ ପ୍ରତିନିଧି ସମ୍ମିଳନୀକୁ ଉଦ୍ଘାଟନ କରି ଥିଲେ,ସାଥୀ ସୁରେଶ ପାଣିଗ୍ରାହୀଙ୍କ ଉଜାପନୀ ବକ୍ତବ୍ଯ ଦେଇ ପାର୍ଟିର ସାମ୍ବିଧାନିକ ନିର୍ବାଚନ ସମ୍ପର୍କ ରେ ଆଲୋଚନା କରିଥିଲେ। କେନ୍ଦ୍ର ଓ ରାଜ୍ଯ ର ଡବଲ ଇଞ୍ଜିନି ବିଜେପି ସରକାର ପ୍ରତି ଶୃତି ପାଳନ କରିବାରେ ଚରମ ବିଫଳ ହୋଇଛନ୍ତି ବୋଲି କହିଥିଲେ। ତା’ ସାଙ୍ଗକୁ ଦେଶରେ ଚାଲିଥିବା ସାମ୍ପ୍ରଦାୟିକ ରାଜନୀତିର ବିପଦ,ସାମ୍ବିଧାନିକ ସଙ୍କଟ , ଅଗଣତାନ୍ତ୍ରିକ ପଦକ୍ଷେପ ଓ ଶ୍ରମିକ-କୃଷକ -ଖାଉଟି ବିରୋଧି ନୀତି ବିରୋଧ ରେ ଅହରହ ଲଢେଇ କରିବାକୁ ଆହ୍ବାନ ଦେଇ ଥିଲେ। ଜିଲ୍ଲା ସମ୍ପାଦକ ସାଥୀ ଶରତଚନ୍ଦ୍ର ବେହେରା ଉପସ୍ଥାପନ କରିଥିବା ରାଜନୈତିକ ଓ ସାଙ୍ଗଠନିକ ରିପୋର୍ଟ ଉପରେ ୧୫ ଜଣ ସାଥି ଆଲୋଚନା କରିଥିଲେ। ପାର୍ଟିର ସାଙ୍ଗଠନିକ ଓ ରାଜନୈତିକ କାର୍ଯ୍ୟକ୍ରମ ଅଭିବୃଦ୍ଧି କୁ ଆଗକୁ ନେବା,ରାଜ୍ଯ ସରକାର ଦେଇ ଥିବା ପ୍ରତିଶୃତି ପାଳନ କରାଇବା ଏବଂ ୨୬ ନଭେମ୍ବର ୨୧ ଦଫା ଦାବୀ ଉପରେ କେନ୍ଦ୍ରୀୟ ଶ୍ରମିକ ଓ କୃଷକ ସଙ୍ଗଠନ ମିଳିତ ଆନ୍ଦୋଳନ କୁ ସଫଳ କରିବାକୁ ସମ୍ମିଳନୀ ତରଫରୁ ଆହ୍ଵାନ ଦିଆ ଯାଇଛି। ପରିଶେଷରେ ବିଶ୍ବନାଥ ମହାପାତ୍ର, ଶରତଚନ୍ଦ୍ର ବେହେରା, ଗୋଲକ ମୁଦୁଲି,ହରିଶ୍ଚନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ପରିଡା,ସୁରେଶ ସ୍ଵାଇଁ,ଦୁଃଶାସନ ଜେନା,ସରୋଜ ନାୟକ,ପବିତ୍ର ଇନ୍ଦ୍ରଜିତ,ଜ୍ୟୋତି ପ୍ରଭା ଜେନା , ବିପିନୀ ବାଜୁ ଓ ବୈକୁଣ୍ଠ ଖୁଣ୍ଟିଆ ଙ୍କୁ ନେଇ ଏକ ଏଗାର ଜଣିଆ ଜିଲ୍ଲା ସାଙ୍ଗଠନିକ କମିଟି ଗଠନ ହୋଇ ଥିଲାବେଳେ ସାଥୀ ହରିଶ୍ଚନ୍ଦ୍ର ମିଶ୍ର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

You might also like