ସିପିଆଇ (ଏମ୍)ର ୧୧ତମ ନୟାଗଡ଼ ଜିଲ୍ଲା ସମ୍ମିଳନୀ ର ଖୋଲା ଅଧିବେଶନ ରଣପୁରରେ ଅନୁଷ୍ଠିତ
ରଣପୁର ୧୭ ନଭେମ୍ବର:– ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) CPI(M) ର ୧୧ତମ ନୟାଗଡ଼ ଜିଲ୍ଲା ସମ୍ମିଳନୀ ର ଖୋଲା ଅଧିବେଶନ ରଣପୁର ରେ ଅନୁଷ୍ଠିତ ହୋଇ ଥିଲାବେଳେ ଡବଲ ଇଞ୍ଜିନି ସରକାର ଦେଇ ଥିବା ପ୍ରତି ଶୃତି ପାଳନ କରିବାକୁ ବକ୍ତା ମାନେ ଦୃଢଦାବୀ କରିଥିଲେ।ଏହି ପରିପ୍ରେକ୍ଷୀ ରେ ପାର୍ଟିର ରକ୍ତ ପତାକା କୁ ପାର୍ଟିର ଜିଲ୍ଲା ସମ୍ପାଦକ ଶରତ ବେହେରା ଉତ୍ତୋଳନ କରଥିଲେ ଓ ଶହୀଦ ବେଦୀରେ ମାଲ୍ୟାର୍ପଣ କରାଯାଇ ଥିଲା। ତଳ ମଣିନାଗ ଠାରୁ ଶତାଧିକ ଲୋକଙ୍କ ଲାଲ ଝଣ୍ଡା ର ଏକ ପଟୁଆର ବାହାରି ରଣପୁର ବଜାର ପରିକ୍ରମା କରି ପଞ୍ଚୁଦୋଳ ପଡିଆ ରେ ପାର୍ଟିର ବରିଷ୍ଠ ନେତା ସାଥୀ ହରିଶ୍ଚନ୍ଦ୍ର ମିଶ୍ର ଙ୍କ ସଭାପତିତ୍ବ ରେ ଏକ ଖୋଲା ଅଧିବେଶନ ଅନୁଷ୍ଠିତ ହୋଇ ଥିଲା। ଡବଲ ଇଞ୍ଜିନି ମୋହନ ସରକାର ଦେଇ ଥିବା ନିର୍ବାଚନ ପ୍ରତିଶୃତି ତୁରନ୍ତ ପାଳନ କରି ବିଧବା-ବାର୍ଦ୍ଧକ୍ଯ ଭତ୍ତା ମାସକୁ ୩୦୦୦ ଟଙ୍କା,୩୦୦ ୟୁନିଟ୍ ବିଦ୍ୟୁତ୍ ଛାଡ଼, ସବୁ ମହିଳା ଙ୍କୁ ସୁଭଦ୍ରା ଯୋଜନା ରେ ଏକ କାଳୀନ ୫୦ ହଜାର ଟଙ୍କା ଦେବାକୁ ଦାବୀ କରିଥିଲେ। ଶହେ ଦିନରେ ଦରଦାମ କମେଇ ଦେବାର ପ୍ରତିଶୃତି ଦେଇ ବିଜେପି ମୋଦୀ ସରକାର ଚରମ ବିଫଳ ହୋଇ ଥିଲା ବେଳେ ଗରୀବ ଜନତାଙ୍କ ପେଟକୁ ନାତ ମାରି ପୁଞ୍ଜି ପତିଙ୍କ ସ୍ଵାର୍ଥ ପାଇଁ ଆକାଶଛୁଆଁ ଦର ବୃଦ୍ଧି କରିଚାଲିଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ। ଓଡିଶା ରେ ବିଜେଡି ଯୋଗୁଁ ବିଜେପି ଭଳି ଅଶୁଭ ଶକ୍ତି କ୍ଷମତା ଦଖଲ କରିଛି ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ।
ବିଜେପି ଭଳି ସାମ୍ପ୍ରଦାୟିକ ଶକ୍ତି କ୍ଷମତା ଦଖଲ କରି ଆମ ଦେଶର ସ୍ଵାଧୀନତା,ଧର୍ମ ନିରପେକ୍ଷ ନୀତି ପ୍ରତି ବିଶ୍ୱାସ ଘାତକତା କରିଚାଲିଛନ୍ତି। ଦେଶର ସ୍ଵାର୍ଥ ପାଇଁ କୃଷକ,ଶ୍ରମିକ,ଯୁବକ,ଛାତ୍ର ଓ ମହିଳା ମାନେ ଐକ୍ଯବଦ୍ଧ ହେବାକୁ ଆହ୍ବାନ ଦେଇ ଥିଲେ।ଜିଲ୍ଲାର ଏକମାତ୍ର ଶିଳ୍ପ ଚିନିକଳ ର ପୁନର୍ବାର ପ୍ରଚଳନ, ଭେଟବର,ରଣ୍ଡା ଗିରିଣ୍ଡା ବନ୍ଧ,ସାପୁଆଣି,ବୁଢା ବୁଢିଆଣୀ ଓ ବାଞ୍ଛା ବନ୍ଧ ର ପୁନରୁଦ୍ଧାର ,ଜିଲ୍ଲାରେ ସୁସ୍ଥ ସ୍ଵାସ୍ଥ୍ୟ ବ୍ୟବସ୍ଥା,ବ୍ୟାପକ ବେକାର ନିଯୁକ୍ତି ଆଦି କାର୍ଯ୍ୟକ୍ରମ ଓ ଠିକା ଶ୍ରମିକ ଙ୍କୁ ଶ୍ରମିକର ମାନ୍ୟତା ଯୋଗାଇ ଦେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଏହି ଦୁଇ ଦିନିଆ ପ୍ରତିନିଧି ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରିବ ବୋଲି ସଂଗଠନ ତରଫରୁ କୁହାଯାଇଛି। ଜିଲ୍ଲା ସମ୍ମିଳନୀ ରଣପୁରରେ ସଙ୍ଗଠିତ କରିବାରେ ରଣପୁର ବ୍ଲକ ର ଜନ ଗଣଙ୍କ ଅକୁଣ୍ଠ ସହଯୋଗ କୁ ପାର୍ଟି ତରଫରୁ ଧନ୍ୟବାଦ ଦିଆ ଯାଇ ଥିଲା।
ଏହି ଖୋଲା ଅଧିବେଶନ ରେ ପାର୍ଟିର ରାଜ୍ଯ ନେତୃତ୍ବ ସୁରେଶ ପାଣିଗ୍ରାହୀ,ଦୁଷ୍ମନ୍ତ ଦାସ,ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା,ହରିଶ୍ଚନ୍ଦ୍ର ମିଶ୍ର,ଗୋଲକ ମୁଦୁଲି,ନିତ୍ୟାନନ୍ଦ ପରିଡା,ସୁରେଶ ସ୍ଵାଇଁ,ସରୋଜ ନାୟକ ଓ ଦୁଃଶାସନ ଜେନା ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।