ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ସିପିଆଇ (ଏମ) ରଣପୁର ଆଞ୍ଚଳିକ କମିଟି ତରଫରୁ ଶହୀଦ ରଘୁ-ଦିବାକର ଭବନ ଭବନ ଠାରେ ସାଥୀ ନିତ୍ୟାନନ୍ଦ ପରିଡ଼ା ଙ୍କ ସଭାପତିତ୍ବରେ ନେତାଜୀ ସୁଭାଷ ବୋଷ ଙ୍କ ୧୨୯ ତମ ଜୟନ୍ତି ପରିପ୍ରେକ୍ଷୀରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ର ରେ ନେତାଜୀ ସୁବାଷ ବୋଷ ଙ୍କ ବୀରତ୍ବ,ପରାକ୍ରମ, ତ୍ୟାଗ, ସଂଗ୍ରାମ ଓ ବଳିଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଲାଠିର ଜବାବ ଲାଠି ରେ ଦିଅ ଓ ମୋତେ ରକ୍ତ ଦିଅ ମୁଁ ସ୍ଵାଧୀନତା ଦେବୀ ଭଳି ଆହ୍ଵାନ ଦେଇଥିଲେ।ବ୍ରିଟିଶ ରାଜ ବିରୋଧ ରେ ସୂଦୂର ଜର୍ମାନୀ ରୁ ଭାରତ ମାଆ ର ପୂର୍ଣ୍ଣ ସ୍ଵାଧୀନତା ର ଡାକରା ଦେଇ ଆଜାଦ ହିନ୍ଦ ଫୌଜ ଆର୍ମି ଦିଲ୍ଲୀ ଚଲୋ ଡାକରା ଦେଇ ଭାରତରେ ପ୍ରବେଶ କରିବା ତାଙ୍କର ବୀରତ୍ବ ବା ପରାକ୍ରମ ପଣିଆ ହିଁ ଭାରତୀୟ ମାନଙ୍କ ମନରେ ସାହାସ ଭରିବା ସହ ସ୍ଵାଧୀନତା ଆନ୍ଦୋଳନ କୁ ଖୋରାକ ଦେଇଥିଲା। ବିଭିନ୍ନତା ମଧ୍ଯ ରେ ଏକତା ର ମନ୍ତ୍ର ଦେଇ ସବୁ ସମ୍ପ୍ରଦାୟ ଙ୍କୁ ଏକାଠି କରି,ଏକ ସ୍ବାଧିନ ସମାଜବାଦୀ ରାଷ୍ଟ୍ର ଗଠନ କରିବା ଓ ଶୋଷଣ ବିହୀନ ସମାଜ ଗଠନ କରିବା ପାଇଁ ସାଲିସି ହୀନ ସଂଗ୍ରାମର ସେ ଥିଲେ ଆଲୋକ ବର୍ତ୍ତିକା।

ସେ ସିଭିଲ୍ ସର୍ଭିସ କୁ ପ୍ରତ୍ଯାଖ୍ଯାନ କରି ଦେଶ ମାତୃକାର ମୁକ୍ତି ସଙ୍ଗ୍ରାମ ରେ ସାମିଲ ହୋଇ ଦେଶ ବାସୀଙ୍କ ପାଇଁ କାମ କରିଥିଲେ। ସେ ସ୍ବପ୍ନ ଦେଖିଥିବା ଅଖଣ୍ଡ ଭାରତ ଧର୍ମ ନିରପେକ୍ଷ ଓ ସମାଜବାଦୀ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାରତର ଲକ୍ଷ କୁ ପୂରଣ କରିବା ପାଇଁ କାର୍ଯ୍ୟ କରିବାକୁ ଉପସ୍ଥିତ ଯୁବକ ଛାତ୍ର ମାନଙ୍କୁ ଆହ୍ଵାନ ଦେଇ ଥିଲେ ।
ଏହି ଆଲୋଚନା ସଭା ରେ ଶ୍ରମିକ ନେତା ସୁରେଶ ସ୍ଵାଇଁ,କୃଷକ ନେତା ନିତ୍ଯାନନ୍ଦ ପରିଡ଼ା, ଦୁଃଶାସନ ଜେନା,ସବ୍ୟସାଚୀ ସେନାପତି,ଗଦାଧର ପ୍ରଧାନ, ବିପ୍ଳବ ମିଶ୍ର ଓ ଛାତ୍ରୀ ସ୍ୱୀଟି ପରିଡ଼ା ପ୍ରମ୍ମୁଖ ଆଲୋଚନା କରିଥିଲେ।