ସିପିଆଇ (ଏମ) ର ନରେନ୍ଦ୍ରପୁର ଶାଖା ସମ୍ମିଳନୀ ଅନୁଷ୍ଠିତ।

ରାଜସୁନାଖଳା , ୨୦ ସେପ୍ଟେମ୍ବର:– ରଣପୁର ବ୍ଳକ ସିପିଆଇ (ଏମ) ନରେନ୍ଦ୍ରପୁର ଶାଖାର ୫ମ ସମ୍ମିଳନୀ ନରେନ୍ଦ୍ରପୁର ଉଆସ ପାଟଣା ଠାରେ ସାଥୀ ହାଡୁ ସ୍ଵାଇଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପାର୍ଟିର ଲାଲ ଝଣ୍ଡା କୁ ବରିଷ୍ଠ ନେତା ସାଥୀ ଦୁଃଶାସନ ଜେନା ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିଥିଲେ। ଶହୀଦ ବେଦୀରେ ମାଲ୍ୟାର୍ପଣ ପରେ ଅନୁଷ୍ଠିତ ସମ୍ମିଳନୀରେ ପାର୍ଟିର ମହାସଚିବ ସୀତାରାମ ୟେଚୁରୀ ଓ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଯାଇ ଥିଲା।

ସମ୍ପାଦକ ଅନାମ ଦାଶ ଙ୍କ ପ୍ରାରମ୍ଭିକ ସୂଚନା ପରେ ଜିଲ୍ଲା ନେତା ହରିଶ୍ଚନ୍ଦ୍ର ମିଶ୍ର,ସୁରେଶ ସ୍ଵାଇଁ,ସବ୍ୟସାଚୀ ସେନାପତି,ଶ୍ୟାମ ସୁନ୍ଦର ସାମନ୍ତରାୟ ଓ ସୁରଥ ପ୍ରଧାନ ପ୍ରମ୍ମୁଖ ଆଲୋଚନା କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ଓ ଶ୍ରମିକ ବିରୋଧୀ ନୀତି ବିରୋଧରେ ଐକ୍ଯ ବଦ୍ଧ ଆନ୍ଦୋଳନ ଗଢିତୋଳିବାର ଆହ୍ବାନ ଦିଆ ଯାଇଛି। ସାଥୀ ଅନାମ ଦାଶ ଶାଖା ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।

You might also like