ସିପିଆଇ (ଏମ) ର ଶାଖା ସମ୍ମିଳନୀ ଅନୁଷ୍ଠିତ।

ରଣପୁର ବ୍ଲକ ଅଞ୍ଚଳ ସିପିଆଇ (ଏମ) ର ଖଇରପଲ୍ଲୀ ଓ ଲୋଧାଚୁଆ ଶାଖା ସମ୍ମିଳନୀ ସାଥୀ ଦୁଃଶାସନ ଜେନା ଏବଂ ମାଧବ ଚନ୍ଦ୍ର ସ୍ୱାଇଁ ଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇ ଯାଇଛି। ପାର୍ଟିର ରକ୍ତ ପତାକା କୁ ଆଞ୍ଚଳିକ ସମ୍ପାଦକ ସୁରେଶ ସ୍ଵାଇଁ ଓ ଦୁଃଶାସନ ଜେନା ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିଥିଲା ବେଳେ ପାର୍ଟିର ମହାସଚିବ ସୀତାରାମ ୟେଚୁରୀ ଓ ସହିଦ୍ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। ପାର୍ଟିର ଜିଲ୍ଲା ନେତା ସାଥୀ ହରିଶ୍ଚନ୍ଦ୍ର ମିଶ୍ର ସମ୍ମିଳନୀ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଦେଶର ସାମ୍ପ୍ରତିକ ରାଜନୈତିକ ଓ ଆର୍ଥିକ ପରିସ୍ଥିତିର ପରିବର୍ତ୍ତନ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଚାଷି ଫସଲ ର ସହାୟକ ମୂଲ୍ଯ,ମୂଲିଆ ଙ୍କୁ ଦୈନିକ ୬୦୦ ଟଙ୍କା ମଜୁରୀ ଓ ୨୦୦ ଦିନ କାମ, ଦର ବୃଦ୍ଧି ନିୟନ୍ତ୍ରଣ ଓ ବିଦୁତ ସ୍ମାର୍ଟ ମିଟର ପ୍ରଚଳନ ବନ୍ଦ ଆଦୀ ଦାବୀ ଗୁଡିକୁ କାର୍ଯ୍ଯ କରିବାକୁ ସକଳ କ୍ଷେତ୍ରର ଜନଗଣ ଙ୍କୁ ସଙ୍ଗଠିତ କରିବାକୁ ସମ୍ମିଳନୀରେ ଆହ୍ଵାନ ଦିଆ ଯାଇଛି। ସାଥୀ ଲକ୍ଷ୍ମୀଧର ଲେଙ୍କା ଓ ଭଗବାନ ଇନ୍ଦ୍ରଜିତ ବଳିଆରସିଂହ ଶାଖା କମିଟିର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ପାର୍ଟିର ନେତା ସବ୍ୟସାଚୀ ସେନାପତି, ଭିକାରୀ ଚରଣ ସାହୁ,ଦୀନବନ୍ଧୁ ଲେଙ୍କା, ସୁକାନ୍ତି ଜେନା,ଶରତ ପାତ୍ର,ଉମେଶ ପ୍ରଧାନ ଓ ହୁଲାସ ରଣା ପ୍ରମ୍ମୁଖ ଆଲୋଚନା କରିଥିଲେ।

You might also like