ସି ଆଇ ଟି ୟୁ ନେତୃତ୍ଵ ରେ ପାଚିକା ସଂଘ ର ଭାପୁର ୪ର୍ଥ ବ୍ଲକ ସମ୍ମିଳନୀ ଅନୁଷ୍ଠିତ

ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ସଂଘ , ସିଆଇଟିୟୁ ଭାପୁର ଚତୁର୍ଥ ବ୍ଲକ ସମ୍ମିଳନୀ ଭାପୁର ବ୍ରାହ୍ମଣୀ ଦେବୀ ଙ୍କ ପୀଠ ରେ ସାଥୀ ଗଙ୍ଗାଧର ପଣ୍ଡା, ବିରଞ୍ଚି ନାରାୟଣ ପ୍ରଧାନ , ପ୍ରତିମା ନାଥ ଓ କୁନି ଦାସ ଙ୍କ ସଭାପତି ମଣ୍ଡଳୀ ରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶ୍ରମିକ ନେତା ଗଙ୍ଗାଧର ପଣ୍ଡା ସଙ୍ଗଠନ ର ଲାଲ ଝଣ୍ଡା କୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିବା ପରେ ଉପସ୍ଥିତ ସମସ୍ତ ସାଥୀ ସହିଦ୍ ବେଦୀରେ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲା ସମ୍ପାଦିକା ଜୟନ୍ତି ଦାସ ଆନୁଷ୍ଠାନିକ ଭାବେ ସମ୍ମିଳନୀ କୁ ଉଦଘାଟନ କରିଥିଲେ। ବକ୍ତା ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତି ର ତୀବ୍ର ସମାଲୋଚନା କରିବା ସହ ଦୀର୍ଘ ୩୦ ବର୍ଷ ହେଲା ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରୁଥିବା ପାଚିକା ଓ ସହାୟିକା ମାନେ ଆଜି ବଞ୍ଚିବାର ଅଧିକାର ରୁ ବଞ୍ଚିତ ହେଉଛନ୍ତି ଓ ନାହିଁ ନଥିବା ହଇରାଣ ହେଉଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ। ତାମିଲ ନାଡୁ ସରକାର ପାଚିକା ଓ ସହାୟିକା ମାନଙ୍କୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ର ମାନ୍ୟତା ପ୍ରଦାନ କରି ସମସ୍ତ ସରକାରୀ ସହାୟତା ଯୋଗାଇ ଦେଇ ଥିବାବେଳେ ଆମ ରାଜ୍ୟର ଡବଲ ଇଞ୍ଜିନି ମୋହନ ସରକାର ବିଧାୟକ ଓ ମନ୍ତ୍ରୀ ମାନଙ୍କ ଦରମା ତିନି ଗୁଣା କରିଥିଲା ବେଳେ ଶିକ୍ଷା ମନ୍ତ୍ରୀ ନିତ୍ୟା ନନ୍ଦ ଗଣ୍ଡ ପାଚିକା ସହାୟିକାଙ୍କ ମାସିକ ପ୍ରାପ୍ୟ ୩୦୦୦ ଟଙ୍କା ରୁ ଅଧିକ ଦିଆଯିବ ନାହିଁ କହିବାକୁ ବାକ୍ତା ମାନେ ତୀବ୍ର ନିନ୍ଦା କରିଥଲେ। ସରକାର ପାଚିକା ଓ ସହାୟିକା ମାନଙ୍କୁ ନିୟମିତ କର୍ମଚାରୀ ର ମାନ୍ୟତା ପ୍ରଦାନ, ମାସିକ ୨୬୦୦୦ ଟଙ୍କା ଦରମା, ୧୦,୦୦୦ ଟଙ୍କା ମାସିକ ପେନସନ, ମୃତ୍ୟୁ ଓ ଅବସର କାଳୀନ ସହାୟତା ୧୦ ଲକ୍ଷ ଟଙ୍କା , ସାମାଜିକ ସୁରକ୍ଷା, ପରିଚୟ ପତ୍ର ପ୍ରଦାନ, ନୂଆ ନୂଆ ସ୍କୁଲ ରେ ପାଚିକା ନିଯୁକ୍ତି କ୍ଷେତ୍ରରେ ଛଟେଇ ହୋଇ ଥିବା ପାଚିକା ଙ୍କୁ ପ୍ରାଥମିକତା ଯୋଗାଇ ଦେବାକୁ ବକ୍ତା ମାନେ ଦାବୀ କରିଥିଲେ। ଆସନ୍ତା ଡିସେମ୍ବର ୨୪ ତାରିଖ ଦାବୀ ପୂରଣ ପାଇଁ ସଂଗଠିତ ଆନ୍ଦୋଳନକୁ ରାଜ୍ୟରେ ସଫଳ କରିବା ପାଇଁ ସମସ୍ତ ପାଚିକା ଓ ସହାୟିକା ଭଉଣୀ ଙ୍କୁ ଆହ୍ବାନ ଦେବା ସହ ସଙ୍ଗଠନ କୁ ସୁଦୃଢ କରିବା କୁ ସମ୍ମିଳନୀ ତରଫରୁ ଆହ୍ବାନ ଦେଇଥିଲେ। ଏହି ସମ୍ମିଳନୀ ରେ ଏକ ନୂତନ ବ୍ଳକ କମିଟି ନିର୍ବାଚିତ ହୋଇଥିଲା ବେଳେ ଏହାର ସଭାପତି ଭାବେ ବିରଞ୍ଚି ନାରାୟଣ ପ୍ରଧାନ, ସମ୍ପାଦିକା ଭାବେ ପ୍ରମିଳା ଲେଙ୍କା, କୋଷାଧ୍ୟକ୍ଷ ଭାବେ, ପ୍ରତିମା ନାଥ,ଉପସଭାପତି ଭାବେ ସନ୍ଧ୍ୟାରାଣି ବାରିକ, କୁନି ଦାସ ଓ ଚାପ ଧାରୀ ରାଉତ ସହ ସମ୍ପାଦିକା ଭାବ ଅମିତା ଗୁରୁ, ସବିତା ସାହୁ ଓ ମମତା ସାହୁ ନିର୍ବାଚିତ ହୋଇଛନ୍ତି।
ଏହି ସମ୍ମିଳନୀ ରେ ସି ଆଇ ଟି ୟୁ ଜିଲ୍ଲା ଆବାହାକ ଶରତ ବେହେରା, ରାଜ୍ୟ ସଂପାଦକ ସୁରେଶ ସ୍ବାଇଁ, ଚାପଧାରୀ ରାଉତ, ଖଣ୍ଡପଡା ବ୍ଲକ ସଭାପତି କାଳନ୍ଦୀ ନାୟକ ଓ ସମ୍ପାଦିକା ରୀନା ବେହେରା,ଆଶା କର୍ମୀ ଙ୍କ ଜିଲ୍ଲା ସଂପାଦିକା ମଙ୍ଗୁଳି ରାଉତ, ସରୋଜିନୀ ତ୍ରିପାଠୀ ଓ ପୁଷ୍ପଲତା ପଟ୍ଟନାୟ ,କୃଷକ ନେତା ବୈକୁଣ୍ଠ ଖୁଣ୍ଟିଆ ନିର୍ମାଣ ଶ୍ରମିକ ନେତା ପଦ୍ମଲାଭ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ଦେଇ ସମ୍ମିଳନୀର ସଫଳତା କାମନା ଥିଲା ବେଳେ ସଂପାଦକ ଙ୍କ ଉପସ୍ଥାପିତ ରିପୋର୍ଟ ଉପରେ ପ୍ରତିନିଧି ସାଥୀ ମାନେ ଦିର୍ଘ ସମୟ ଆଲୋଚନା କରିଥଲେ। ଭବିଷ୍ୟତରେ ସଂଗଠନ କୁ ଶୁଦୃଢ଼ କରିବା ପାଇଁ ସମ୍ମିଳନୀ ତରଫରୁ ଆହ୍ଵାନ ଦିଆଯାଇଥିଲା,

You might also like