ସୀତାରାମ ୟେଚୁରୀଙ୍କ ବିୟୋଗରେ ଶୋକ

ସି.ପି.ଆଇ.ଏମ୍ ର ସାଧାରଣ ସମ୍ପାଦକ କମ୍ରେଡ ସୀତାରାମ ୟେଚୁରୀଙ୍କ ଅକାଳ ବିୟୋଗରେ ଗତ କାଲି ଅପରାହ୍ନରେ ନୟାଗଡ଼ ରେ ବିଶ୍ଵନାଥ ମହାପାତ୍ର ଅଧ୍ୟକ୍ଷତାରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଭାରତବର୍ଷର ଏହି ମହାନ୍‌ ବାମପନ୍ଥୀ ନେତାଙ୍କ ଅକାଳ ବିୟୋଗରେ ଭାରତର କୋଟି କୋଟିମେହେନତୀ ମଣିଷ, କୃଷକ ସାଧାରଣ ବର୍ଗର ଲୋକେ ତାଙ୍କର ଜଣେ ବାସ୍ତବ ସାଥୀ, ବନ୍ଧୁ,ମାର୍ଗଦର୍ଶକ ସେନାପତିଙ୍କୁ ହରାଇଲେ ବୋଲି ସି. ପି.ଆଇ.ଏମ୍ ନେତା ପବିତ୍ର ଇନ୍ଦ୍ରଜିତ, ବିଭୁତି ପଟ୍ଟନାୟକ ,କୁଳମଣି ପୃଷ୍ଟି ମାନସ ମହାପାତ୍ର ପ୍ରମୁଖ ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି ।

You might also like