ସୁଦାମା -68ବନ୍ଧୁ ମିଳନ

ନୟାଗଡ଼ ବଜେନ୍ଦ୍ର ହାଇସ୍କୁଲ ର 1968ବ୍ୟାଚ ସହପାଠୀ ମାନଙ୍କ ର ଏକ ବନ୍ଧୁମିଳନ ବୁଢାବୁଢିଆଣୀ ଜଳଭଣ୍ଡାର ଠାରେ ଗତ 2ତାରିଖ ମଧ୍ୟାହ୍ନ ରେ ଆନନ୍ଦ ଉଲ୍ଲାସ ମଧ୍ୟ ରେ ଅନୁଷ୍ଠିତ ହୋଇଛି, ବିଦାୟୀ ବନ୍ଧୁ ମାନଙ୍କ ର ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ପରେ ସହପାଠୀ ମାନଙ୍କ ମଧ୍ୟ ରେ ଆଲୋଚନା, ଛାତ୍ର ଜୀବନ ଅନୁଭୁତି, ସମ୍ପର୍କେ ଏବଂ ଅନେକ ସ୍ମରଣୀୟ କଥା କୁ ନିଜ ଭିତରେ ବାଣ୍ଟି ଥିଲେ,ମଉଜ ମଜଲିସ ମଧ୍ୟ ରେ ସାଙ୍ଗ ମନେ ସେମାନଙ୍କର ଧର୍ମପତ୍ନୀ ମାନଙ୍କ ସହ ଦୀର୍ଘ, 5ଘଣ୍ଟା ପର୍ଯ୍ୟନ୍ତ ଆନନ୍ଦ ର ସହ ବିତାଇଥିଲେ,, ଡ଼କ୍ଟର ଅଶ୍ୱିନୀ କୁମାର ମିଶ୍ର ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବନ୍ଧୁ ମିଳନ ଉତ୍ସବ କୁ ଅନ୍ୟତମ ସହପାଠୀ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସୁସ୍ୱାଦ୍ୟ ଖାଦ୍ୟ ପରିବେଷଣ କରାଯାଇଥିଲା,

ଅନ୍ୟ ମାନଙ୍କ ମଧ୍ୟ ରେ ଡ଼କ୍ଟର ବିଧୁକଲ୍ୟାଣ ମହାନ୍ତି, ପ୍ରଫେସର ସୁଧାଂଶୁ ଶେଖର ମିଶ୍ର, ଡ଼କ୍ଟର ପ୍ରମୋଦ ମିଶ୍ର, ଲକ୍ଷ୍ମୀ କାନ୍ତ ମିଶ୍ର, ତ୍ରିନାଥ କୁମାର ସାହୁ, ପ୍ରଫେସର ମୋହିନୀ କାନ୍ତ ମିଶ୍ର, ବରିଷ୍ଠ ଆଇନଜୀବୀ ବିପିନ କୁମାର ଧଳ, ବିଭୁଦତ୍ତ ମିଶ୍ର, ପ୍ରହଲ୍ଲାଦ ଡାକୁଆ, ପ୍ରଫେସର ହେମନ୍ତ କୁମାର ପରିଡା, ଶରତ ଚନ୍ଦ୍ର ଦଳବେହେରା, ପ୍ରମୁଖ ଙ୍କ ଉପସ୍ଥିତ ଏବଂ ସହଯୋଗ ଅନନ୍ୟ ଥିଲା, ବରିଷ୍ଠ ସଦସ୍ୟ ନିରଞ୍ଜନ ମିଶ୍ର ଧନ୍ୟ ବାଦ ଅର୍ପଣ କରିଥିଲେ

You might also like