ସୂଚନା ଅଧିକାର କର୍ମୀ ତଥା ମୋ ଦଳ ର ମହାସଚିବ ଙ୍କ ଗିରଫ ଦାବି କୁ ବିରୋଧ କରି,ମୋ ଦଳ ପକ୍ଷରୁ ଜିଲ୍ଲା ପାଳଙ୍କ ଅଫିସ ଆଗରେ ଶାନ୍ତି ପୁର୍ଣ ଧାରଣା

ମୋ ଦଳ ତରଫରୁ ‍ଜିଲ୍ଲା ସଭାପତି ମହେଶ୍ୱର ଜେନାଙ୍କ ନେତୃତ୍ବରେ ସୂଚନା ଅଧିକାର କର୍ମୀ ତଥା ମୋ ଦଳର ମହା ସଚିବ ପ୍ରଦୀପ ପ୍ରଧାନଙ୍କୁ ସରକାର ବେଆଇନ ଭାବେ ଗିରଫଦାରିକୁ ବିରୋଧ କରି ନୟାଗଡ ଜିଲ୍ଲା ପାଳଙ୍କ ଅଫିସ ଆଗରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦିଆଯାଇଥିଲା
ମୋ ଦଳର ମହା ସଚିବ ପ୍ରଦୀପ ପ୍ରଧାନ ସରକାରଙ୍କ ଦୁର୍ନୀତି ବିରୋଧରେ ଓ ଭି କେ ପାଣ୍ଡିଆନଙ୍କ ଦୁର୍ନୀତି ବିରୋଧରେ ପ୍ରେସମିଟ କରିବାରୁ ଓ ସରକାର
ବେଦାନ୍ତକୁ ବେଆଇନ ଭାବେ ଚାଷୀଙ୍କର ଓ ଜଗନ୍ନାଥଙ୍କର
ଦଶ ହଜାର ଏକର ଜମି ଦେଇଥିବାରୁ ସେଥିପାଇଁ ପୂର୍ବ ଦିନରେ ଆନ୍ଦୋଳନ ହୋଇଥିଲା ଓ ସକରଙ୍କର ସେ ଜମି ଦୁର୍ନୀତିକୁ ନେଇ ସୁପ୍ରିମ କୋର୍ଟରେ କେସ କରିବା ପାଇଁ କହିଥିଲେ ଏଥିପାଇଁ ସରକାର ଭୟଭୀତ ହୋଇ ରାଜନୀତି ମୂଳକ ଆକ୍ରୋଶ ରଖି ଗିରଫ କରିଛନ୍ତି

ସେଥିପାଇଁ ମୋଦଳ ତରଫରୁ ଏ ବେଆଇନ ଗିରଫ ଦାରିକୁ ପ୍ରତିବାଦକରି ଶାରା ଓଡ଼ିଶାରେ ସଵୁ ଜିଲ୍ଲା ର ଜିଲ୍ଲା ପାଳଙ୍କ ଅଫିସ ଆଗରେ ଧାରଣା ଦିଆଯାଇ ଛି ସେହିପରି ନୟାଗଡ ଜିଲ୍ଲା ପାଳଙ୍କ ଅଫିସ ଆଗରେ ମୋ ଦଳ ତରଫରୁ ଧାରଣା ଦିଆଯାଇଛି

ଏହି ଧାରଣା ଜିଲ୍ଲା ସଭାପତି ମହେଶ୍ୱର ଜେନାଙ୍କ ନେତୃତ୍ବରେ ହୋଇଥିଲା ପ୍ରସନ୍ନ ପ୍ରଧାନ ଅଭିମନ୍ୟୁ ଗୁମାନ ସିଂ ରଞ୍ଜିତ ଦଳବେହେରା ରମେଶ ପଣ୍ଡା ଦୁର୍ଯୋଧନ ପାଳ ଜଳଧର ସାହୁ ବିନାୟକ ମହାନ୍ତି ଚନ୍ଦ୍ରମଣି ଜେନା ପ୍ରମୁଖ ଯୋଗ ଦେଇଥିଲେ ଦାବି ପତ୍ର ରାଜ୍ୟ ପାଳଙ୍କ ଉଦ୍ଧେଶ୍ୟରେ ଦିଆଯାଇଥିଲା ଦାବିପତ୍ର ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ ଗ୍ରହଣ କରିଥିଲେ

You might also like