ସୂଚନା ଲୋକ ସମ୍ପର୍କ ଵିଭାଗ ର ଉପ ନିର୍ଦେଶକ କେନ୍ଦ୍ରାଞ୍ଚଳ ଶ୍ରୀ ହେମନ୍ତ କୁମାର ନାୟକ, ଆଜି ଜିଲ୍ଲା ନୟାଗଡ଼ ଗସ୍ତ ରେ ଆସି ଦିବା 10ଘଟିକା ସମୟ ରେ ପହଂଚି ଥିଲେ, ଜିଲ୍ଲା ସୂଚନାଲୋକସମ୍ପର୍କ କାର୍ଯ୍ୟା ଳୟ ତରଫରୁ ତାଙ୍କୁ ସ୍ୱାଗତ କରାଯାଇଥିଲା, ଶ୍ରୀ ନାୟକ କାର୍ଯ୍ୟାଳୟ ରେ ଅବସ୍ଥିତ ପାଠାଗାର ତଥା ସୂଚନା କେନ୍ଦ୍ର ସମସ୍ତ ରେକର୍ଡ ଯଥା ପାସବୁକ, ରୋକର୍ଡବହି, ପୁସ୍ତକ ଗ୍ରହଣ ରେଜିଷ୍ଟର, ଷ୍ଟକ ରେଜିଷ୍ଟର, ତଦାରଖ କରିଥିଲେ, କାର୍ଯ୍ୟାଳୟ ର ରୋକଡ଼ ବହି, ବିଲ ରେଜିଷ୍ଟର, ଉପସ୍ଥାନ ରେଜିଷ୍ଟର ତନଖି କରିଥିଲେ, ଏହା ପରେ ଭଣ୍ଡାର ରକ୍ଷକ ପାଖରେ ଥିବା ଉତ୍କଳ ପ୍ରସଙ୍ଗ, ଓଡିଶା ରିଭିୟୁ ଓ ଅନ୍ୟାନ୍ୟ ସମସ୍ତ ଜିନିଷ ପତ୍ର ତନଖି କରି ଖରାପ ବା ନଷ୍ଟ ହୋଇଥିବା ଜିନିଷ ଗୁଡିକର ନିଲାମ କରିବା ପାଇଁ ନିର୍ଦେଶ ଦେଇ ଥିଲେ,
ଦୃଶ୍ୟ ସ୍ରାବ୍ୟ ଜିଣିଷର ଷ୍ଟକ ରେଜିଷ୍ଟର ତଦାରଖ କରିବା ସହ ଗଛିତ ଥିବା ଉପକରଣ ର ସ୍ଥିତି ପରଖି ଥିଲେ, କାର୍ଯ୍ୟାଳୟ ଅନ୍ତର୍ଗତ ସମସ୍ତ ଶାଖା ସହ ସୂଚନା କେନ୍ଦ୍ର ତଥା ପାଠାଗାର ବୁଲି ଦେଖି ଥିଲେ, କାର୍ଯ୍ୟାଳୟ ରେ ଖାଲି ପଡ଼ିଥିବା ରାତ୍ର ଜଗୁଆଳି ସହ ଅନ୍ୟାନ୍ୟ ପଦବୀ ଗୁଡିକ ପୂରଣ କରିବା ପାଇଁ ବିଚାର କରି ଵିଭାଗ କୁ ଜଣାଇବା ପାଇଁ ପ୍ରତିଶୃତି ଦେଇ ଥିଲେ, ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ରେ ସଫଳ ରୂପାୟନ ନିମନ୍ତେ ଜିଲ୍ଲା ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ର ଗୁରୁତ୍ୱ ବିଷୟ ରେ ବୁଝାଇ କହି ଥିଲେ ଯେ ବର୍ତ୍ତମାନ ଶୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଜନ ସଚେତନତା ସୃଷ୍ଟି କରିବା ଆମ ଵିଭାଗ ର ଗୁରୁ ଦାୟିତ୍ୱ, ସମନ୍ୱୟ ରକ୍ଷା କରି ସମସ୍ତେ ସମସ୍ତ ଙ୍କ କାମ ଠିକ ସମୟ ରେ ସାରିବା ପାଇଁପରାମର୍ଶ ଦେଇ ଥିଲେ, ଅପରାହ୍ନ ରେ କାର୍ଯ୍ୟା ଳୟ ତରଫରୁ ସଂମ୍ମାନ, ଓ ସମ୍ବର୍ଦ୍ଧନା ପୂର୍ବକ ବିଦାୟ ଦିଆ ଯାଇଥିଲା