ସୃଜନିକା ର ସାରସ୍ଵତ ସମାରୋହ
(ବନ୍ଦେ ମାତରଂ ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ)
ନୟାଗଡ ୧୮/୦୧/୨୦୨୬। ନୟାଗଡ ର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ଏହାର ସ୍ଵନକ୍ଷତ୍ର ଉତ୍ସବ ପାଳନ କରିବା ସହିତ ‘ ବନ୍ଦେ ମାତରଂ ‘ ର ୧୫୦ ବର୍ଷ ପୂର୍ତ୍ତି ପାଳନ କରିଛି । ସ୍ଥାନୀୟ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ସଭା ଗୃହ ରେ ଅନୁଷ୍ଠିତ ଏହି ଉତ୍ସବ ରେ ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ର ଆୟୋଜନ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପରିବେଶବିତ୍ ଡ଼ ମିହିର ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ଓ ସୁବକ୍ତା ପ୍ରବୀର ମହାନ୍ତି , ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ସୁସାହିତ୍ୟିକା ରଶ୍ମି ସାମଲ ଯୋଗଦେଇ ‘ ବନ୍ଦେ ମାତରଂ ‘ ର ବୈଶିଷ୍ଟ୍ୟ ଓ ଉପଲବ୍ଧି ଉପରେ ନିଜର ବକ୍ତବ୍ୟ ରଖିଥିଲେ। ୨୦୦ ବର୍ଷର ପରାଧୀନ ଭାରତ କୁ ଏହି ଗୀତର ଶୃଙ୍ଖଳ ସ୍ଵାଧୀନ କରିପାରିଛି ଏବଂ ଏଥିପାଇଁ ‘ ବନ୍ଦେ ମାତରଂ ‘ ସଙ୍ଗୀତ ଆଜି ବି ଭାରତ ବର୍ଷ ରେ ବନ୍ଦନୀୟ ।

ଏହି ଉତ୍ସବ ରେ ସଭାପତିତ୍ବ କରିଥିଲେ କବି ଓ ସାହିତ୍ୟିକା ଡ଼. ଗୀତାଞ୍ଜଳି ମହାପାତ୍ର। କବିତା ଗୁଡ଼ିକୁ ସଂଯୋଜନା କରିଥିଲେ କ୍ଷଣପ୍ରଭା ମହାନ୍ତି ଓ ହରପ୍ରିୟା ଦ୍ଵିବେଦୀ । କବି ଗୋଦାବରୀଶ ମିଶ୍ର , ପ୍ରବଚକ ପୂର୍ଣ୍ଣଚନ୍ଦ୍ର ମହାରଣା ଦେଶାତ୍ମବୋଧକ ଉପରେ ସେମାନଙ୍କର କିଞ୍ଚିତ ବକ୍ତବ୍ୟ ରଖିଥିଲେ। ସଚିବ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହି ଉତ୍ସବ କୁ ପରିଚାଳନା କରିଥିଲେ । ଏଥିରେ ୯ ଜଣ କୃତି ପ୍ରତିଭାଧାରୀ ଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ପ୍ରତ୍ୟେକ କବି ଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା ।