ନୟାଗଡ଼ ରେ ଏକ ସାହିତ୍ୟ ପରିଷଦ ସୃଜନୀକା ର ଶୁଭ ଉଦଘାଟନ ହୋଇଛି, ଏହାର ପ୍ରଥମ ଅଧିବେଶନ ରେ ଗିରିଶ କୁମାର ମିଶ୍ର, ଶେଖ ଅବଦୁଲ ଖାଲିକ, ଓ ନିରକାର ସ୍ୱାଇଁ ଯୋଗ ଦେଇ ଥିବା ବେଳେ ଦ୍ୱିତୀୟ ଅଧିବେଶନ ରେ ମୁଖ୍ୟ ଅତିଥିଭାବେ ଡ଼ଃ ଅରୁଣ କୁମାର ସାହୁ, ମହାମହିମ ରାଜ୍ୟପାଳଙ୍କ ସୂଚନା ଓ ଲୋକ ସମ୍ପର୍କ ଅଧକାରୀ ରକ୍ଷକ ନାୟକ, ସମାଜ ସେବୀ ପ୍ରମୋଦ ପଟ୍ଟନାୟକ, ଜୟକୃଷ୍ଣ ତ୍ରିପାଠୀ,, ପ୍ରବିର ମହାନ୍ତି ପ୍ରମୁଖଉପସ୍ଥିତ ଥିଲେ,ଉକ୍ତ ଉତ୍ସବ ର ତୃତୀୟ ଅଧିବେଶନ ରେ ଶିଶୁ ସାହିତ୍ୟିକl ବସିରନ ବିବି, ହରପ୍ରିୟା ଦିବେଦୀ, ଯୋଗ ଦେଇ ଥିଲେ, ଏହି ଅବସରରେ ଏକ ରାଜ୍ୟ ସ୍ତରୀୟ କବିତା ପାଠୋଶ୍ଚବ ଅନୁଷ୍ଠିତ ହୋଇଛି, ପରିଷଦ ର ମୁଖ ପତ୍ର ସୃଜନୀକା ମୁଖ୍ୟ ଅତିଥି ଙ୍କ କରକମଳ ରେ ଉନ୍ମୋଚିତ ହୋଇଥିଲା,
ଅତିଥି ମାନେ ନୟାଗଡ଼ ସାହିତ୍ୟର ପରମ୍ପରା ଦୋଳ ପର୍ବ ର ଆଧ୍ୟାତ୍ମିକତା ଓ ସଂସ୍କୃତି ଓ ଆଜିର ସମାଜ ପାଇଁ କବି ଲେଖକ ମାନଙ୍କ ର ଉତ୍ତରଦାୟୀତ୍ୱ ସମ୍ପର୍କ ରେ ଆଲୋକ ପାତ କରିଥିଲେ,କବିତା ଗୁଡିକ ଗୋପୀନାଥ ସେଠି, ଯଶୋବନ୍ତ ପଟ୍ଟନାୟକ, ଓ କ୍ଷଣ ପ୍ରଭା କର ସଂଯୋଜନା କରିଥିଲେ, ନୀଳମାଧବ ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ପ୍ରଧାନୀ ବୃନ୍ଦାବନ ମହାପାତ୍ର ଏଥିରେ ସଭାପତିତ୍ବ କରିଥିଲେ,ପରିଷଦ ର ସଚିବ ନିର୍ମଳ ଚନ୍ଦ୍ର ସୁରଦେଓ ସୃଜନୀକା ସୃଷ୍ଟି ସମ୍ପର୍କ ରେ ତାଙ୍କର ବକ୍ତବ୍ୟ ରଖିଥିଲେ ଏହି ସଭାରେ ପ୍ରାୟ ଶତାଧିକ କବି ଲେଖକ ବନ୍ଧୁ ଯୋଗ ଦେଇ ଥିଲେ,ସର୍ବ ଶେଷ ରେ ଉପସଭାପତିନୀଳିମା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ,