Skip to content

ସ୍ନାନ ବେଦିରେ ଦାରୁଦିଅଁ, ହାତୀ ବେଶଦର୍ଶନ ପାଇଁ ଭକ୍ତ ଙ୍କ ଭିଡ଼,, ସନ୍ଧ୍ୟା ରେ ଭଜନ ସମାରୋହ

ନୟାଗଡ଼ ପୁରୁଣା ସହର ରେ ଅବସ୍ତିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ରେ ସ୍ନାନ ପୁର୍ଣିମା ପାଳନ କରା ଯାଇଛି, ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ସ୍ନାନ ବେଦି କୁ ନିଆ ଯାଇ ନୀତି ପରମ୍ପରା ଅନୁସାରେ ସୁବାସିତ ଜଳ ରେ ସ୍ନାନ କରାଯାଇଛି, ଏହା ପରେ ଦାରୁଦିଅଁ ଙ୍କୁ ହାତୀ ବେଶ କରାଯାଇଛି,

ଏହି ବେଶରେ ଠାକୁର ଙ୍କ ଦର୍ଶନପାଇଁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି, ଦେବୋତର ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ କର୍ଣ ଦେବସମାଦାର, ଓ ଦେବୋତର ବିଭାଗ ପରିଚାଳକ ତାପସ କୁମାର ପଟ୍ଟନାୟକ ଙ୍କ ତତ୍ୱାବଧାନ ରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିବା ବେଳେ ଶୁଭ ସନ୍ଧ୍ୟା ରେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ଙ୍କ ଆବାହକତ୍ୱ ରେ ନବକଳେବର ରଥ ଚକ ସ୍ଥାପନା କମିଟି ଓ ସଂଗୀତ ଧାରା ପକ୍ଷରୁ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଛି,

ଏହି ଭଜନ ସମାରୋହ କୁ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକପ୍ରଦୀପ ପ୍ରଜ୍ବଳନ କରିଉଦ୍ଘାଟନ କରିଛନ୍ତି, ସାହିତ୍ୟିକ ତଥା ନାଟ୍ୟ ନିର୍ଦେଶକ ଡ଼ଃ ବିଜୟ ଚୌଧୁରୀ,, ପ୍ରଶାନ୍ତକୁମାର ଦାସ ପ୍ରମୁଖସାମିଲ ଥିବା ବେଳେକଣ୍ଠ ଶିଳ୍ପୀସୁର ଗନ୍ଧର୍ଵନବ କିଶୋର ମିଶ୍ର,ଆଶୁତୋଷ ମିଶ୍ର, ଶ୍ରୀମତୀ ଜୟଶ୍ରୀ ଦେବୀ, ଶ୍ରୀ ମାଧବ ଡାକୁଆ, ଶ୍ରୀ କାଳିଦାସ ମହାପାତ୍ର, ବିଷ୍ନୁପ୍ରିୟା ବେହେରା, ଓମ ପ୍ରକାଶ ମହାରଣା, ଶୁଚିସ୍ମିତା ଦୋରା, ଓମ ପ୍ରସାଦ ପାତ୍ର, ସୋମାଲୀନ ପୃଷ୍ଟି, ଜନ୍ମେଜୟ ପ୍ରଧାନ, ଲିପ୍ସା ରାଣୀ ପଣ୍ଡା ପ୍ରମୁଖ କଣ୍ଠ ଦାନ କରିଥିଲା,, ମନ୍ଦିର ପରିସର ରେ ଅlଧ୍ୟାତ୍ମିକପରିବେଶ ସୃଷ୍ଟି ହୋଇଥିବା ବେଳେ କାଳିଆ ପ୍ରେମୀ ଭକ୍ତ ଙ୍କ ସାମଗମ ଦେଖିବାକୁ ମିଳିଥିଲା, ଓ ଏହି ଭଜନ ସମାରୋହ କୁ ଗୋପୀନାଥ ସେଠି ସଂଯୋଜନା କରିଥିଲେ

Ad 1