ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କେନ୍ଦ୍ରୀୟ ଟିମି

ନୟାଗଡ ବ୍ଲକ ଅଧୀନରେ ଥିବା ପ୍ରଥମ ଦିନ ଲକ୍ଷ୍ମୀପ୍ରସାଦ ଓ ଶେଷ ଦିନ ତୁଳସୀପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଭାରତ ସରକାରଙ୍କ ଏକ ଦୁଇ ଜଣିଆ ଗୁଣବତ୍ତା ଯାଞ୍ଚ ସମ୍ବଧୀୟ କେନ୍ଦ୍ରୀୟ ତଦାରଖକରି ମଣ୍ଡଳୀ ପରିଦର୍ଶନରେ ଆସିଥିଲେ । ଏଥିରେ ହାଇଦ୍ରାବାଦ ଡାକ୍ତର ବାଲାଜୀ କର୍ବ ଲକାଦେ ଓ ମହାରାଷ୍ଟ୍ର ଶ୍ରୀଯୁକ୍ତ ବି. ଅଶୋକ କୁମାର ସାମିଲ ଅଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ଵାରା ଯୋଗାଇ ଦିଆଯାଉଥିବା ସେବା ସମୂହକୁ ଟିକି ନିକ ଯାଞ୍ଚ କରିଥିଲେ ।


ସମ୍ପୃକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବା ଯଥା ପ୍ରସୂତି ଓ ଗର୍ଭବତୀ ମନଙ୍କୁ ପ୍ରଦାନ କରାଯାଉଥିଆ ସେବା, ମଧୁମେହ, ଯକ୍ଷ୍ମା, ମାଲେରିଆ, କୁଷ୍ଠ, କ୍ୟାନସର, ଗଳା, କର୍ଣ୍ଣ, ନାଶା ଆଦି ରୋଗରେ ରୋଗୀକୁ ପ୍ରଦାନ କରାଯାଉଥିବା ପରାମର୍ଶ ସେବା ଓ ଔଷଧ ବିତରଣ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ତତସହିତ ପାରିପାର୍ଶ୍ଵିକ ସ୍ଵଚ୍ଛତା ଉପରେ ସନ୍ତୋଷ ପ୍ରକାଶ କରିଥିଲେ ।


ପ୍ରକାଶ ଥାଉକି ନୟାଗଡ ଜିଲ୍ଲାରେ ପ୍ରଥମ ଥର ପାଇ ଲକ୍ଷ୍ମୀପ୍ରସାଦ ଓ ତୁଳସୀପୁରକେନ୍ଦ୍ରକୁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଏହି ଟିମ ପରିଦର୍ଶନ କରିଛନ୍ତି । ଏଥିରେ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ ଦାସ, ଡାକ୍ତର ଦେବ ପ୍ରସାଦ ମିଶ୍ର, ସରପଞ୍ଚ ନିରଞ୍ଜନ ବିଧାର , ଜିଲ୍ଲା ଗୁଣବତ୍ତା ଅଧିକାରୀ ସନତ କୁମାର ମହାପତ୍ର, ଇପସୀତା ସାହୁ ,ସ୍ଵର୍ଣ୍ଣ ଲତା ଜେନା, ବୀଣା ପାନି ଦାସ,ସାବିତ୍ରୀ ଖଟୁଆ, ସୁରେନ୍ଦ୍ର ପ୍ରଧାନ,ନିବେଦିତା ପ୍ରଧାନ,ଦୀପକ ଦଳବେହେରା,ମନୋରଞ୍ଜନ ସାହୁ, ରିଆଜ ଅହମ୍ମଦ,ଭରତ ବେହେରା, ଜୟନ୍ତୀ ଦିଦି , ବ୍ଲକର ସମସ୍ତ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

You might also like