ହିନ୍ଦୀ ଶିକ୍ଷକମାନଙ୍କ ନବୀକରଣ ପାଠ୍ୟକ୍ରମ ପ୍ରଶିକ୍ଷଣ ଆରମ୍ଭ
ନୟାଗଡ଼ ତା୧୧/୧୧()ଆଜି କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ଆଗ୍ରା ତରଫରୁ ଅଞ୍ଚଳିକ ଭୁବନେଶ୍ୱର କେନ୍ଦ୍ର ଦ୍ୱାରା ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୬୩ ଜଣ ହିନ୍ଦୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ହିନ୍ଦୀ ଶିକ୍ଷକ ନବୀକରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଶିକ୍ଷକମାନଙ୍କ ଜ୍ଞାନ, କୈ।ଶଳ ଏବଂ ଶିକ୍ଷଣ ଦୃଷ୍ଟିକୋଣରୁ ନବୀକରଣର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଶିକ୍ଷକମାନଙ୍କୁ ସମୟାନୁସାରେ ଆଧୁନିକ ଏବଂ ପ୍ରଭାବଶାଳୀ ଶିକ୍ଷଣ ଦିଗରେ ସଚେତନ କରିପାରିବ। ଏହି ପ୍ରଶିକ୍ଷଣ ଶିବିର ନଭେମ୍ବର ୧୧ ଠାରୁ ଆରମ୍ଭ ହୋଇ ନଭେମ୍ବର ମାସ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜିର ଉଦ୍ଘାଟନ ଉତ୍ସବରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରିଣୀ ଗୀତାଞ୍ଜଳୀ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ପ୍ରଶିକ୍ଷକ ରୂପେ ଭୁବନେଶ୍ବର କେନ୍ଦ୍ରର ନିର୍ଦ୍ଦେଶକ ତଥା ଭାଷା ବିଜ୍ଞାନ ଓ ହିନ୍ଦୀ ଭାଷା ସାହିତ୍ୟର ବିଦ୍ୱାନ ଡ. ରଞ୍ଜନ କୁମାର ଦାସ ଏବଂ ହିନ୍ଦୀ ଭାଷା, ସାହିତ୍ୟ ବିଶେଷଜ୍ଞ ତଥା ଶିକ୍ଷାବିତ୍ ଡ. ଚନ୍ଦ୍ର ପ୍ରତାପ ସିଂହ ଯୋଗଦେଇ ହିନ୍ଦୀ ଶିକ୍ଷକମାନଙ୍କ ନବୀକରଣ ପାଠ୍ୟକ୍ରମ ର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଏଥିପାଇଁ ସମସ୍ତ ଆନୁସଙ୍ଗିକ ସହଯୋଗ କରିଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ। ହିନ୍ଦୀ ଶିକ୍ଷକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଉଦ୍ଘାଟନ ଉତ୍ସବରେ ଶିକ୍ଷକ ଶିଶିର କୁମାର ନନ୍ଦ ଗଣେଶ ବନ୍ଦନା ଗାନ କରିଥିଲେ ଏବଂ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ସୁମିତ୍ରା ବାରିକ, ମୋନାଲିସା ସାହୁ, ରୋସନାରା ପରବିନ। ସ୍ବାଗତ ସଂଗୀତ ଗାନ କରିଥିଲେ ମଗନୁମ ଜାହାଁନ, ହରିପ୍ରିୟା ଭଞ୍ଜ, ରତ୍ନା ସାହୁ ଓ ସୁମିତ୍ରା ବାରିକ। କାର୍ଯ୍ୟକ୍ରମ ର ରୂପରେଖ ବିଷୟରେ ହିନ୍ଦୀ ସଂସ୍ଥାନ ତରଫରୁ ବିବେକାନନ୍ଦ ବିଶ୍ୱକର୍ମା ସୂଚନା ପ୍ରଦାନ କରିଥିଲେ। ଶେଷରେ ଶିକ୍ଷକ ସୁରେଶ ଚନ୍ଦ୍ର ବରାଡ଼ ସମସ୍ତ ପ୍ରଶିକ୍ଷକ ତଥା ଅତିଥିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।