Skip to content

ହେଲପିଂ ହାଣ୍ଡ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ପାଳିତ

ନୟାଗଡ଼ ଜିଲ୍ଲା ରୁ ଉତ୍ପତି ଲାଭ କରିଥିବା ଛେନାପୋଡ଼ ଆଜି ସମଗ୍ରବିଶ୍ୱ ଦରବାର ରେ ପ୍ରସିଦ୍ଧ ଲାଭ କରିଛି ମିଠା ଜଗତ ର ବାଦଶାହ ଭାବେ ପରିଚିତ ଏହି ଛେନାପୋଡ଼ ନୟାଗଡ଼ ଜିଲ୍ଲା ର ଗର୍ବ ଓ ଗୌରବ ର ପ୍ରତିକ ଅଟେ, ପ୍ରତିବର୍ଷ ଏପ୍ରିଲ 11ତାରିଖ କୁ ବିଶ୍ୱ ଛେନା ପୋଡ଼ ଦିବସ ଭାବେ ପାଳନ କରାଯାଉଥିବା ବେଳେ ନୟାଗଡ଼ ହେଲପିଂ ହାଣ୍ଡ ଫାଉଣ୍ଡେସନ ପକ୍ଷରୁ ପୁରୁଣା ଦୁର୍ଗା ମଣ୍ଡପ କଚେରୀ ବଜାର ଠାରେ ସନ୍ଧ୍ୟା 6ଘଟିକା ସମୟ ରେ ବିଶ୍ୱ ଛେନା ପୋଡ଼ ଦିବସ ଖୁବ ଧୂମଧାମ ରେ ପାଳିତ ହୋଇଛି,

ହେଲପିଂ ହାଣ୍ଡ ଫାଉଣ୍ଡେସନ ର ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଯୋଗ ଦେଇ ଥିବା ବେଳେ ଇଂ ଦେବାଶିଷ ପଟ୍ଟନାୟକ, ବ୍ଳକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ,, ଇରାନୀ ରାୟ,ଶ୍ରୀନିବାସ ସୁବୁଦ୍ଧି, ଗୁରୁପ୍ରସାଦ ଜେନା, ନିରୁପମା ଖଟେଇ, ଶ୍ରୀକାନ୍ତ ଖଟେଇ, ଙ୍କ ସହ ପୋଡ଼ ର ସ୍ରଷ୍ଟାସ୍ବର୍ଗତ ସୁଦର୍ଶନ ସାହୁଙ୍କ ପୁତ୍ର ସୁମନ କୁମାର ସାହୁ ଉପସ୍ଥିତ ଥିଲେ,

ଏହି ଅବସର ରେ 14ଗୋଟି ପୋଡ଼ କୁ ନେଇ ଏକ ପ୍ରତିଯୋଗିତା ହୋଇଥିଲା, ଏଥିରେ ବିଚାରକ ଭାବେ, ଶ୍ରୀନିବାସ ସୁବୁଦ୍ଧି,ଅନିଲ କୁମାର ପଣ୍ଡା, ରଜତ ପଟ୍ଟନାୟକ ଯୋଗ ଦେଇ ଥିଲେ ଫାଉଣ୍ଡେସନ ପକ୍ଷରୁ ସମସ୍ତସଭ୍ୟ ଉପସ୍ଥିତ ରହି ଧନ୍ୟବାଦ ଅର୍ପଣ କରିଥିଲେ

Ad 1