୧୨ ଫେବ୍ରୁଆରୀ ସାଧାରଣ ଧର୍ମଘଟ କୁ ରଣପୁର ରେ ଦୃଢ଼ ସମର୍ଥନ

କେନ୍ଦ୍ର ମୋଦୀ ସରକାର ଗ୍ରହଣ କରିଥିବା ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ଼କୁ ତୁରନ୍ତ ବାତିଲ ଦାବିରେ ଦେଶର ୧୦ ଟି କେନ୍ଦ୍ରିୟ ଟ୍ରେଡ ୟୁନିୟନ ଓ ସ୍ବାଧିନ ଫେଡେରେସନ ଗୁଡ଼ିକ ଡ଼ାକରା ରେ ଏବଂ ବିଭିନ୍ନ ରାଜନୈତିକ ଦଳ ଓ ସଞ୍ଜୁକ୍ତ କିଶାନ ମୋର୍ଚ୍ଚା ର ସମର୍ଥନ ରେ ଆଜି ଦେଶବ୍ୟାପୀ ଅନୁଷ୍ଠିତ ୧୨ ଘଣ୍ଟିଆ ସାଧାରଣ ଧର୍ମଘଟ କୁ ରଣପୁର ଅଞ୍ଚଳରେ ଦୃଢ଼ ସମର୍ଥନ ମିଳିଛି। ଏହି ପରୀପ୍ରେକ୍ଷୀରେ ସି ଆଇ ଟି ୟୁ , ଆଇ ଏନ ଟି ୟୁ ସି ଏବଂ ଏ ଆଇ ଟି ୟୁ ସି, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୂର୍ ୟୁନିୟନ ନେତୃତ୍ୱରେ ଶତାଧିକ ଆଶା,ପାଚିକା, ଅଙ୍ଗନବାଡ଼ି କର୍ମୀ, ନିର୍ମାଣ ଶ୍ରମିକ,ଚାଷି ମୂଲିଆ ଓ ମହିଳା ରଣପୁର ପଞ୍ଚୁଦୋଳ ପଡ଼ିଆ ଶହୀଦ ମଣ୍ଡପ ଠାରେ ଦିନ ୮ ଟାରୁ ସମ୍ମିଳିତ ହୋଇ ରାସ୍ତା ଉପରେ ବସି ରହିଥିଲେ।ବିଭିନ୍ନ ସରକାରୀ ଅଫିସ ସମ୍ମୁଖରେ ଧର୍ମଘଟକାରୀ ମାନେ ଶାନ୍ତିପୂର୍ଣ୍ଣ ହରତାଳ କରିବାରେ ବ୍ଳକ, ତହସିଲ, ବ୍ୟାଙ୍କ,ସବ ରେଜିଷ୍ଟର, ଆଦର୍ଶ ବିଦ୍ୟାଳୟ ଓ ସ୍କୁଲ କଲେଜ ଆଦି ଗୁଡିକ ସମ୍ପୁର୍ଣ୍ଣ ବନ୍ଦ ହୋଇଥିଲା ଓ ରାସ୍ତା ରେ ଗାଡିମଟର ଚଳାଚଳ ବନ୍ଦ ଥିଲା। ଏହି ପରିପ୍ରେକ୍ଷୀରେ ଶ୍ରମିକ ନେତା ସୁରେଶ ସ୍ବାଇଁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତା ମାନେ ଆର ଏସ ଏସ ପରିଚାଳିତ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ମୋଦୀ ସରକାର ର ପୁଞ୍ଜିପତି ପ୍ରୀତି ଓ ଶ୍ରମିକ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଦେଶବାସୀ ଙ୍କ ବିଶ୍ବାସ ରେ ବିଷ ଦେଇ ମୋଦୀ ସରକାର ଦୀର୍ଘ ୧୧ ବର୍ଷ ହେଲା ଆଦାନୀ, ଅମ୍ବାନୀ ଭଳି ଦେଶର ବୃହତ୍ ପୁଞ୍ଜିପତି ଙ୍କ ସ୍ବାର୍ଥ ରକ୍ଷା କରିବା ପାଇଁ ଶ୍ରମିକ, କୃଷକ ଓ ଜନ ସାଧାରଣଙ୍କ ଉପରେ ଶୋଷଣ ଜାରି ରଖିଵାରେ ଆଜି ଆକାଶଛୁଆଁ ଦରବୃଦ୍ଧି, ଶ୍ରମିକ କର୍ମଚାରୀ ଛଟେଇ, ବେକାରୀ ବୃଦ୍ଧି ଦୃତ ଗତିରେ ବଢ଼ି ଚାଲି ଥିଲା ବେଳେ ଶ୍ରମିକ ଶ୍ରେଣୀ କୁ କ୍ରୀତଦାସ ରେ ପରିଣତ କରିବା ପାଇଁ ସରକାର ୪ଟି ଶ୍ରମ କୋଡ଼ ଗ୍ରହଣ କରିଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ। ବିଜେପି ସରକାର ର ସାମ୍ପ୍ରଦାୟିକ ରାଜନୀତି ଯୋଗୁଁ ଦେଶର ସ୍ବାଧିନତା,ଗଣତନ୍ତ୍ର, ସମ୍ବିଧାନ,ଧର୍ମ ନିରପେକ୍ଷତା, ସାର୍ବଭୌମତ୍ୱ ଆଜି ବିପନ୍ନ ହୋଇ ଥିଲାବେଳେ ଏ ସରକାର ସବୁକ୍ଷେତ୍ରରେ ବିଫଳ ହୋଇଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ପ୍ରତାରିତ ମୋଦୀ ସରକାର ବିରୋଧରେ ମୁଣ୍ଡ ଟେକୁଥିବା ଜନ ଅସନ୍ତୋଷ କୁ ଖତମ କରିବା ପାଇଁ ଏକ ତରଫା ଭାବେ ଶ୍ରମିକ ଶ୍ରମ ଜୀବି ଙ୍କ କଷ୍ଟ ଲବ୍ଧ ୪୪ ଟି ଶ୍ରମିକ ସୁରକ୍ଷା ଶ୍ରମ ଆଇନ କୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ମାଲିକ ସ୍ବାର୍ଥ ରକ୍ଷା ପାଇଁ ଗ୍ରହଣ କରିଥିବା ୪ଟି ଶ୍ରମ କୋଡ଼ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ବକ୍ତା ମାନେ ଦୃଢ଼ ଦାବୀ କରିଥିଲେ।ତତ୍ ସହିତ କୃଷକ ବିରୋଧୀ ବିହନ ଆଇନ-୨୦୨୫, ମୂଲିଆ ବିରୋଧୀ ଭି ବି ଜି ରାମ ଜି ଆଇନ,ଜନ ବିରୋଧି ଶ୍ରମ ଶକ୍ତି ଆଇନ-୨୦୨୫ ଓ ବିଦ୍ୟୁତ ଆଇନ -୨୦୨୫ ତୁରନ୍ତ ବାତିଲ କରିବାକୁ ବକ୍ତା ମାନେ ଦାବୀ କରିଥିଲେ। ରାଜ୍ୟ ର ଡବଲ ଇଞ୍ଜିନି ମୋହନ ସରକାର ଙ୍କ ୮ ଘଣ୍ଟା ପରିବର୍ତ୍ତେ ୧୦ ଘଣ୍ଟା କାର୍ଯ୍ୟ ସମୟ କୁ ବୃଦ୍ଧି, ମହିଳା ଶ୍ରମିକ ଙ୍କୁ ରାତ୍ରି କାଳୀନ କାର୍ଯ୍ୟ ପାଇଁ ଆଣିଥିବା ଆଇନ ଓ ଟାଟା କମ୍ପାନୀ ର ସ୍ମାର୍ଟ ମିଟର ଜରୀୟାରେ ଚାଲିଥିବା ଶୋଷଣ ଓ ଧାନ କିଣାରେ ଚାଲିଥିବା ଚାଷି ଠାରୁ କଟନୀ ଛଟଣି କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଧର୍ମଘଟ ତରଫରୁ ଦୃଢ ଦାବୀ କରାଯାଇଥିଲା।

ଆଶା , ପାଚିକା, ଅଙ୍ଗୱାଡ଼ି କର୍ମୀ ଆଦି ସ୍କିମି ଶ୍ରମିକ ଙ୍କୁ ସ୍ଥାୟୀ ଶ୍ରମିକର ମାନ୍ୟତା, ସର୍ବନିମ୍ନ ଦରମା ୨୬ ହଜାର ଟଙ୍କା,ମାସିକ ପେନସନ ୧୦ ହଜାର ଟଙ୍କା, ସାମାଜିକ ସୁରକ୍ଷା, ନିର୍ମାଣ ଶ୍ରମିକ ଙ୍କୁ ସରକାରୀ ସହାୟତା, ଚାଷୀ ଫସଲର ଲାଭଜନକ ଦର ଓ ମୁଲିଆ କୁ ବ୍ୟାପକ କାମ ଯୋଗାଇ ଦେବାକୁ ଦାବୀ କରାଯାଇଛି। ସାଧାରଣ ଧର୍ମଘଟ କୁ ଅକୁଣ୍ଠ ସମର୍ଥନ ମିଳିଥିବାରୁ ରଣପୁର ବାସୀ ଙ୍କୁ ଆନ୍ଦୋଳନ ତରଫରୁ ଧନ୍ୟବାଦ ଦିଆଯାଇଥିଲା। ଏକ ବିଶାଳ ଶୋଭଯାତ୍ରା ପଞ୍ଚୁ ଦୋଳ ପଡ଼ିଆ ରୁ ବାହାରି ବଜାର ପରିକ୍ରମା କରି ବସ ଷ୍ଟାଣ୍ଡ ରେ ପହଞ୍ଚି ଥିଲା। ରଣପୁର ରେ ଭାରତ ବନ୍ଦ ସଫଳ ଭାବେ ପ୍ରଦର୍ଶନ କରାଯାଇଥିଲା।
ଏହି ଧର୍ମଘଟରେ କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ର, କ୍ଷେତ ମୂଲିଆ ନେତା ନିତ୍ୟାନନ୍ଦ ପରିଡ଼ା, କଂଗ୍ରେସ ନେତା ଶତ୍ରୁଘନ ପାଇକରାୟ, ସୁଶାସନ ଜେନା,ସବ୍ୟସାଚୀ ସେନାପତି, ଗଦାଧର ପ୍ରଧାନ, କଂଗ୍ରେସ ନେତା ସତ୍ୟ ରଞ୍ଜନ ମତ୍ତା, ମନୋଜ ପାତ୍ର, ମଂଜୁଲତା ପ୍ରଧାନ,ସୁଶିଲ ମହାନ୍ତି, କୁଳମଣି ପଲେଇ,କଳ୍ପତରୁ ନାୟକ,ଅନିଲ ପରିଡ଼ା, ସୁରେଶ ମହାରଣା, ସୁଦର୍ଶନ ପ୍ରଧାନ, ପ୍ରଭାତ କୁମାର ଦଳେଇ, ପ୍ରଶନ୍ନ ସାମନ୍ତରାୟ, ପପୁ ନାୟକ, ଛାତ୍ର ନେତା ତଥା ଆଲୋକ କୁମାର ଜେନା,ସୁକାନ୍ତି ଜେନା, ଆଶା ନେତ୍ରୀ ସଂଯୁ ଲତା ପରିଡ଼ା ଓ ମଞ୍ଜୁ ଲତା ପ୍ରଧାନ ପ୍ରମୁଖ ବକ୍ତବ୍ୟ ଦେଇ ଥିଲେ।

You might also like