୧୪ ଦଫା ଦାବୀ ନେ଼ଇ ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଆଶା କର୍ମୀ ଙ୍କ ଗଣ ବିକ୍ଷୋଭ
CITU ନେତୃତ୍ବରେ ଓଡ଼ିଶା ଆଶା କର୍ମୀ ଆସୋସିଏସନ୍ ତରଫରୁ ୧୪ ଦଫା ଦାବୀ ନେଇ ଶରଣକୁଳୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଶତାଧିକ ଆଶା କର୍ମୀଙ୍କ ଗଣବିକ୍ଷୋଭ ସଙ୍ଗଠିତ ହୋଇଥିଲା। ଏକ ଶୋଭା ଯାତ୍ରା ପୂର୍ତ୍ତ ବଙ୍ଗଳା ଠାରୁ ବାହାରି ବଜାର ପରିକ୍ରମା କରି ସ୍ଵାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଗଣବିକ୍ଷୋଭ କରା ଯାଇଥିଲା। ସାଥୀ ଚାପଧାରୀ ରାଉତ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବିକ୍ଷୋଭ ସଭାରେ କେନ୍ଦ୍ର ଓ ରାଜ୍ୟ ର ଡବଲ ଇଞ୍ଜିନ ସରକାର ଙ୍କ ଶ୍ରମିକ ନିରୋଧି ନିଷ୍ପତି କୁ ତୀବ୍ର ସମାଲୋଚନା କରିଥିଲେ।

ସରକାର ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରତାରଣା ରେ ପରିଣତ ହେଲା ବେଳେ କେନ୍ଦ୍ର ମୋଦୀ ସରକାର ଓ ରାଜ୍ୟ ମୋହନ ସରକାର ଆଶା କର୍ମୀ ଙ୍କୁ ନିୟମିତ କରିବା, ମାସିକ ସର୍ବନିମ୍ନ ଦରମା ଦେବା ଓ ସାମାଜିକ ସୁରକ୍ଷା ଦେବାରେ ଚରମ ଅବହେଳା କଲା ବେଳେ ପରିଶ୍ରମ ବଦଳରେ ମିଳୁ ଥିବା ପ୍ରୋତ୍ସାହନ ରାଶି ଓ ଅନ୍ୟାନ୍ୟ ସହାୟତା ରାଶି ସ୍ଥାନୀୟ ପ୍ରଶାସନ ର ଅନିୟମିତତା ଯୋଗୁଁ ଠିକ ରେ ମିଳୁ ନାହିଁ ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ। ସରକାର ଆଶା କର୍ମୀଙ୍କୁ ନିୟମିତ କରିବା, ମାସିକ ସର୍ବନିମ୍ନ ଦରମା ୨୬,୦୦୦ ଟଙ୍କା ଦେବା, ମାସିକ ୧୦ ହଜାର ଟଙ୍କା ପେନସନ, ଅବସର ଓ ମୃତ୍ୟୁ କାଳୀନ ୧୦ ଲକ୍ଷ ଟଙ୍କା ସହାୟତା , ସାମାଜିକ ସୁରକ୍ଷା ସହ ସମସ୍ତ ବକେୟା ପ୍ରୋତ୍ସାହନ ରାଶି ଓ ଅନ୍ୟାନ୍ୟ ପାଉଣା ତୁରନ୍ତ ଦେବା ପାଇଁ ବକ୍ତା ମାନେ ଦାବୀ କରିଥିଲେ।ଏକ ପ୍ରତିନିଧି ମଣ୍ଡଳୀ ଦାୟିତ୍ୱରେ ଥିବା ସ୍ବାସ୍ଥ୍ୟ ଅଧିକାରିଣୀ ମୀନାକ୍ଷୀ ପଟ୍ଟନାୟକ ଙ୍କୁ ଭେଟି ଦାବୀ ଗୁଡ଼ିକ ଉପରେ ବ୍ୟାପକ ଆଲୋଚନା କରିବାରେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ସମସ୍ତ ବକେୟା ପାଉଣା ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ସଂଗଠନ ର ରାଜ୍ୟ କମିଟି ଡାକରାରେ ଆସନ୍ତା ୨ ଅପ୍ରେଲ ଭୁବନେଶ୍ବର ବିଧାନସଭା ଅଭିଯାନରେ ଓଡ଼ଗାଁ ବ୍ଲକ ର ସମସ୍ତ ଆଶା କର୍ମୀ ସାମିଲି ହେବାକୁ ସଂଗଠନ ତରଫରୁ ଆହ୍ବାନ ଦିଆଯାଇଥିଲା। ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇ ଥିଲା।
ଏହି କାର୍ଯ୍ୟ କ୍ରମରେ ସିଟୁ ରାଜ୍ୟ ସମ୍ପାଦକ ତଥା ଆଶା କର୍ମୀ ଙ୍କ ରାଜ୍ୟ ଉପ ସଭାପତି ସୁରେଶ ସ୍ବାଇଁ, ଜିଲ୍ଲା ସଭାପତି ଚାପ ଧାରୀ ରାଉତ, ରାଜ୍ୟ ନେତ୍ରୀ ସଂଯୁକ୍ତା ସେଠୀ, ଜିଲ୍ଲା ନେତା କାଳନ୍ଦୀ ନାୟକ,ମହିଳା ନେତ୍ରୀ ଜ୍ୟୋତି ପ୍ରଭା ଜେନା, ବ୍ଲକ ସମ୍ପାଦିକା ଶୁଭଶ୍ରୀ ପଟ୍ଟନାୟକ,ଲକ୍ଷ୍ମୀ ମହାରଣା, ନିରଞ୍ଜନ ସାହୁ,ଅଞ୍ଜଳୀ ମହାରଣା, ନୟନି ସହୁ, ନିରୂପମା ଦାସ, ଲିପିକା ନାୟକ, ସଂଯୁକ୍ତା ବସନ୍ତିଆ , ସ୍ଵର୍ଣ୍ଣ ଲତା ନାୟକ, ଶାନ୍ତିଲତା ସ୍ବାଇଁ, ରଞ୍ଜୁ ଲତା ରାଉତ ରାୟ ଓ ଟିକିନା ପ୍ରଧାନ ପ୍ରମୁଖ ବକ୍ତବ୍ୟ ଦେଇଥିଲେ।