Skip to content

୨୨ ଗାଁରେ ଅରୁଣଙ୍କ ଗ୍ରୀନ୍ କ୍ୟାମ୍ପେନ୍‌,ଯୋଡ଼ିଶଙ୍ଖରେ ମତଦାନ ପାଇଁ ଭୋଟରଙ୍କୁ ଆହ୍ୱାନ

ନୟାଗଡ଼,୧୫ା୫ : ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି, କଂଗ୍ରେସ ଓ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି । ବିଜେଡି ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଗ୍ରୀନ କ୍ୟାମ୍ପେନକୁ ଗୁରୁତ୍ୱ ଦେଉଛନ୍ତି । ଆଜି ଗୋଟିଏ ଦିନରେ ଡ. ସାହୁ ୨୨ଟି ଗାଁକୁ ଯାଇ ପ୍ରଚାର କରିଛନ୍ତି । ପ୍ରତ୍ୟେକ ଭୋଟରଙ୍କ ପାଖରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଡ଼ି ଶଙ୍ଖରେ ମତଦାନ ଆହ୍ୱାନକୁ ପହଞ୍ଚାଇବାକୁ ଲକ୍ଷ ରଖିଛନ୍ତି । ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ଓ ଉନ୍ନତିକୁ ମୁଦା କରି ବିପୁଳ ଭୋଟରେ ବିଜୟ ଲାଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ଅରୁଣ । ଆଜି ବିଜେଡି ବିଧାୟକ ପ୍ରାର୍ଥୀ ଡ. ସାହୁ ନୟାଗଡ଼ ବ୍ଲକର ୨୨ ଟି ପ୍ରଚାର କରିଛନ୍ତି । ସକାଳୁ ସକାଳୁ ବଡ଼ଦ୍ୱାର, ବାଲିପାଟଣା, ମାଙ୍କପଲ୍ଲୀ, କଳାହାଣ୍ଡି, ଜୟଗୁରୁ, ନୂଆଜୟଗୁରୁ, ସୁବର୍ଣ୍ଣଦେଇପୁର, ମୁକ୍ତାପୁର, ମୁଥାଗାଡିଆ, କାଳୁଚିଆପଲ୍ଲୀ ଓ କରଡ଼ାବଣୀ ଗ୍ରାମ ବୁଲି ବିଭିନ୍ନ ସଭା କରିଛନ୍ତି । ଅପରାହ୍ନରେ ପିଆଶାଳିଆ, ହରିହରପୁର, ବେଲବଣୀ, ଲଡ଼ୁକେଶରପୁର, ମାଛିପଡ଼ା, ଧବଳେଇ, ଜାମୁସାହି, ରଘୁନାଥପ୍ରସାଦ, ନରସିଂହପ୍ରସାଦ, ବ୍ରଜବଲ୍ଲଭପୁର, ନୂଆ ଘଡ଼ୁଆଳ ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଦେଇଥିବା ବିକାଶ ବାର୍ତ୍ତାକୁ ଲୋକ ମାନଙ୍କ ପାଖରେ ରଖୁଛନ୍ତି । ବିଜୁ ଜନତା ଦଳ ସରକାର ଗଠନ ପ୍ରଥମ ଦିନରେ ହିଁ ପ୍ରତ୍ୟେକ ଉପୋଭୋକ୍ତାଙ୍କୁ ୧୦୦ ୟୁନିଟ ମାଗଣା ବିଜୁଳି ଯୋଗାଇ ଦିଆଯିବ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥି ସହିତ ଯୁବ ବର୍ଗଙ୍କ ପାଇଁ ଯୁବ ବଜେଟ ସହ କୃଷି, ଶୀଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ଅନେକ ଯୋଜନା ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ କରିଥିବା ଡ. ସାହୁ କହିଛନ୍ତି । ୨୦୩୬ ମସିହା ବେଳକୁ ଓଡିଶା କିଭଳି ଅଗ୍ରଣୀ ରାଜ୍ୟରେ ପରିଣତି ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଅନେକ ରୋଡ଼ ମ୍ୟାପ ପ୍ରସ୍ତୁତ କରିଛନ୍ତି । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଠାରୁ ଆରମ୍ଭ କରି ମଧୁବାବୁ ଯୋଜନା, କାଳିଆ ଯୋଜନା, ମମତା ଯୋଜନା ଓ ଜନ୍ମ ଠାରୁ ମୃତ୍ୟୁ ପର‌୍ୟ୍ୟନ୍ତ ଅନେକ ଯୋଜନା କରିଥିବା ପ୍ରକାଶ କରିଛନ୍ତି ।

ମୁଖ୍ୟତଃ ମିଶନ ଶକ୍ତି ମା’ ମାନେ କିପରି ଅଧୀକ ରୋଜଗାର କ୍ଷମ ହୋଇପାରିବେ ସେଥି ନିମନ୍ତେ ମହିଳା ମାନଙ୍କୁ ଅଧୀକ ଗୁରୁତ୍ୱ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ ମାନେ ଅଧୀକ ଶକ୍ତିଶାଳୀ ହେବେ ରାଜ୍ୟର ଉନ୍ନତି ଘଟିବ ବୋଲି ଡ. ସାହୁ ପ୍ରକାଶ କରିଛନ୍ତି । ଏହି କାର‌୍ୟ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ନେତୃ ମଣ୍ଡଳୀ ସ୍ଥିତ ରହିଥିଲେ । ପ୍ରତ୍ୟେକ ସଭାରେ ମହିଳାଙ୍କ ସମାଗମ ରାଜ୍ୟ ସରକାରଙ୍କ ମହିଳା ସଶକ୍ତି କରଣ ନାରାକୁ ପ୍ରତିପାଦିତ କରୁଥିଲା ।

Ad 1