Skip to content

୬ଷ୍ଠ ଜିଲ୍ଲା ପରିଷଦ ସାଧାରଣ ଅଧିବେଶନ, ଡ଼ିଏଫ୍ଓଙ୍କ ବିରୁଦ୍ଧରେ ସରକାରଙ୍କୁ ଲେଖାଯିବ ଚିଠି

ଜିଲ୍ଲା ପରିଷଦ ୬ଷ୍ଠ ସାଧାରଣ ଅଧିବେଶନ ଆଜି ହଟ୍ଟଗୋଳ ଓ ଅସନ୍ତୋଷ ମଧ୍ୟରେ ଶେଷ ହୋଇଛି । ଜିଲ୍ଲା ପରିଷଦ ୬ଷ୍ଠ ସାଧାରଣ ଅଧିବେଶନରେ ଅଧ୍ୟକ୍ଷ ଇଂ ଦେବାଶିଷ୍ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକର ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା , ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ୱଚାରୁ କୁମାର ବଳ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମ ଥର ପାଇଁ ନୟାଗଡ଼ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ଯକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ ।

ମନରେଗା ଯୋଜନା ସମ୍ପର୍କରେ ଆଲୋଚନା ସମୟରେ ଆବଶ୍ୟକ ତଥ୍ୟ ଉପସ୍ଥାପନ ହୋଇନଥିବା ନେଇ ସଦସ୍ୟ ମାନେ ଉଦବେଗ ପ୍ରକାଶ କରିଥିଲେ । ମନରେଗା ଯୋଜନାରେ ବନବିଭାଗ ଯେଉଁ କାର୍ଯ୍ୟ କରୁଛି, ତାହାର ଏଷ୍ଟିମେଟ୍ ଠାରୁ ବିଲ ପର୍ଯ୍ୟନ୍ତ ବିଭାଗୀୟ କର୍ମଚାରୀ ଙ୍କ ଦ୍ଵାରା କରାଯାଉଛି । ଯାହାକୁ ନେଇ ବୈଠକରେ ପ୍ରସଙ୍ଗ ଉପସ୍ଥାପନ ହୋଇଥିଲା । ନୟାଗଡ଼ ଡ଼ିଏଫ୍ଓ କ୍ଷମା ଷଡ଼ଙ୍ଗୀ , ମହାନଦୀ ବନ୍ୟ ପ୍ରାଣୀ ଡିଏଫ୍ଓ ଫାଲଗୁନି ସାରଥି ମଲ୍ଲିକ ବୈଠକରେ ଉପସ୍ଥିତ ନଥିବା ଦେଖାଯାଇଥିଲା ।ତାଙ୍କ ବଦଳରେ ଏସିଏଫ୍ ଯୋଗ ଦେଇଥିବା ବେଳେ ଖୋର୍ଦ୍ଧା ଡ଼ିଏଫ୍‌ଓଙ୍କ ବଦଳରେ ଜଣେ ବନ ପାଳ ଉପସ୍ଥିତ ରହିଥିଲେ । ଏନେଇ କାହିଁକି ଲିଖିତ ଭାବେ ଜିଲ୍ଲାପାଳ କିମ୍ଵା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇ ନାହିଁ ବୋଲି ପ୍ରଶ୍ନ ଉଠିଥିଲା ।

ଗଣିଆ ଜିଲ୍ଲା ପରିଷଦ ନରେଶ କୁମାର ବେହେରା ଜିଲ୍ଲା ପରିଷଦ ବୈଠକକୁ ଡ଼ିଏଫ୍ଓଙ୍କ ଅଣଦେଖା, ସମ୍ମାନ ହାନୀ ଡ଼ିଏଫ୍ଓ ଉପସ୍ଥିତ ରହିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଖୋର୍ଦ୍ଧାରୁ ଆସିଥିବା ବଳପାଳଙ୍କୁ ବୈଠକରୁ ବିଦା କରିବା ପାଇଁ ରୁଲିଂ ଆଣିଥିଲେ । ବନପାଳ ବୈଠକରୁ ବାହାରି ଯିବା ପରେ ନୟାଗଡ଼ର ଦୁଇ ଡିଏଫ୍ଓଙ୍କ ନାମରେ ଜିଲ୍ଲା ପରିଷଦ ପ୍ରୋସିଡିଂ କରାଯିବାକୁ ଅଧ୍ୟକ୍ଷ ପ୍ରସ୍ତାବ ରଖିଥିଲେ । ଜିଲ୍ଲାପାଳ ଉଭୟଙ୍କ ବିରୁଦ୍ଧରେ ସରକାରଙ୍କୁ ଚିଠି କରିବାକୁ କହିଥିଲେ । ବୈଠକରେ ଅଧିକାରୀଙ୍କ ଅନୁପସ୍ଥିତ ଏବଂ ଆଲୋଚ୍ୟ ବିଷୟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନଥିବା ପ୍ରସଙ୍ଗ ଉପସ୍ଥାପନ କରି ବରିଷ୍ଠ ସଦସ୍ୟ ରାମେଶ୍ଵର ଶତପଥି ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ପରୋକ୍ଷରେ ଟାର୍ଗେଟ କରିଥିଲେ ।

ବିଭିନ୍ନ ଢ଼େଗ ଉପସ୍ଥାପନ କରି ଜିଲ୍ଲା ପରିଷଦ ଗାମ୍ଭୀର୍ଯ୍ୟ ବଜାୟ ରହିଲେ, ସମସ୍ତଙ୍କୁ ଠାରୁ ସମ୍ମାନ ମିଳିବ ବୋଲି କହିଥିଲେ ।୨ବର୍ଷ ମଧ୍ୟରେ କଣ କରାଯାଇଛି, ତାହା ଆତ୍ମ ସମୀକ୍ଷା କରିବା ଆବଶ୍ୟକ ବୋଲି କହିଥିଲେ । ବୈଠକରେ ବିଭିନ୍ନ ବିଭାଗ ଅଧିକାରୀ ଏବଂ କର୍ମଚାରୀ ସାମିଲ ହୋଇଥିଲେ । ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ କରିବେ । ସେହିଭଳି ଭାବେ ନୟାଗଡ଼ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୂଚାରୁ କୁମାର ବଳ, ଉପଜିଲ୍ଲା ଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ପୌର ପରିଷଦ ନିର୍ବାହୀ ଅଧିକାରୀ ସ୍ଵାତୀ ମିଶ୍ରଙ୍କର ନୟାଗଡ଼ ଜିଲ୍ଲା ରୁ ଅନ୍ୟତ୍ର ବଦଳି ହୋଇଛି ।

ଜିଲ୍ଲା ପରିଷଦ ପକ୍ଷରୁ ଆଜି ସମସ୍ତ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ନୟାଗଡ଼ ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଏବଂ ଲୋକପ୍ରିୟତାକୁ ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁ ପ୍ରଶଂସା କରିଥିଲେ । ନୟାଗଡ଼ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡେ

Ad 1