ନୂଆଗାଁ ବ୍ଲକ ସୋରଡା ବେଲପା ନାଳ ଉପରେ ପୋଲ ନିର୍ମାଣ ଏବଂ ଗୌଡଚାଂଚରାପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ ଠିକାସଂସ୍ଥା ଏବଂ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରି ସୋରଡା ସରପଂଚ ଫକୀର ମୋହନ ସାହୁ ୬ ଦିନ ହେବ ଧାରଣକୁ ଥିଲେ । ନୂଆଗାଁ ତହସିଲଦାର, ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏବଂ ଥାନା ଅଧିକାରୀ ବହୁ ସମୟଧରି ସରପଂଚଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ତାହା ସଫଳ ହୋଇପାରି ନଥିଲା। ନିର୍ବାହୀ ଯନ୍ତ୍ରୀ ଏବଂ ଠିକାଦାର ଧାରଣାସ୍ଥଳରେ ପହଂଚି ସରପଂଚଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା, ସେମାନଙ୍କ ଉପରେ ଆଉ ଭରଷା ନଥିବା କହିବା ସହ ପୁରଣା କଥାକୁ ନଦୋହରେଇବା ପାଇଁ ଅନୁରୋଧ କରିଥିଲେ। ଜିଲ୍ଲାପାଳଙ୍କ ଠାରୁ ଲିଖିତ ପ୍ରତିଶ୍ରୃତି ନମିଳିବା ଯାଏଁ ଅଖିଆ ଅପିଆ ଆମରଣ ଅନଶନ ଜାରି ରହିବ ବୋଲି କହିଛନ୍ତି। ହେଲେ ସବୁଠାରୁ ବଡ ଲଜ୍ଜ୍ୟାର ବିଷୟ ସରପଂଚ ଧାରଣାରେ ବସି ରହିଥିବା ହେତୁ କିଛି ଖଳପ୍ରକୃତିର ଲୋକ ଧାରଣାରୁ ନଉଠିଲେ ସରପଂଚଙ୍କୁ ଧାରଣାସ୍ଥଳରୁ ଉଠାଇ ନେବା ପାଇଁ ସୋରଡା ଛକରେ ଧମକ ଦେଇ ଯାଇଥିବା ଚର୍ଚ୍ଚା ହୋଇଥିଲା । ହେଲେ ଏହି ଧମକ କିଏ ଦେଇଛି ତାହା ଜଣାପଡିନଥିବା ବେଳେ ସ୍ଥାନୀୟ ଅଂଚଳବାସୀ ସରପଂଚକୁ ଆସିସୂଚନା ଦେଇଥିବା ଶ୍ରୀ ସାହୁ କହିଛନ୍ତି। ଜନସାଧାରଣଙ୍କ ସମସ୍ୟାକୁ ନେଇ ଜଣେ ଜନପ୍ରତିନିଧି ଆମରଣ ଅନଶନରେ ବସିବା ଏବଂ ତାଙ୍କୁ ଧାରଣାରୁ ଉଠିବା ପାଇଁ ଧମକ ମିଳିବା ଘଟଣା ପ୍ରଶାସନର ପାରିବାପଣିଆକୁ ପଦାରେ ପକାଇବା ସହ ଜନସାଧାରଣ ଏଭଳି ଘଟଣାକୁ ନେଇ ପ୍ରଶାସନକୁ ନିନ୍ଦା କରିଛନ୍ତି। ତେବେ ନୟାଗଡ ଜିଲ୍ଲାପାଳ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଥିଲା । କିନ୍ତୁ ୬ ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାନ କୌଣସି ପଦକ୍ଷେପ ନେଇନଥିଲା । ଆଖିଆ ଅପିଆ ସରପଞ୍ଚ ଓ ସମିତିସଭ୍ଯ ଅନଶନ ସ୍ଥଳରେ ଦିନରାତି ଏହିପରି ୫ ଦିନ ବିତିଯାଇଥିଲେ ମଧ୍ୟ ତାହାର କୌଣସି ଫଳ ମିଳିନଥିଲା । ହାଡଭଙ୍ଗା ଶିତୁଆ ରାତିରେ ଅନଶନ ସ୍ଥଳରେ ବସିରହିଥିଏ ଦୁହେଁ । ଅଜିକିନ୍ତୁ ଅପେକ୍ଷା ,କଷ୍ଟ ,ଧମକ ,ଧର୍ଯ୍ୟର ଅନ୍ତ ହେଲା । ଘଟଣା ସ୍ଥଳରେ ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରା ,ସମାଜ ସେବି ସଂକର୍ଷଣ ବେହେରା ,ଅଶୋକ କୁମାର ବେହେରା ରାଜ୍ୟ ମୁଖ୍ୟ ଜନ୍ତ୍ରୀ ,ଓଡ଼ିଶା , ରବିନାରାୟଣ ପାଲ କଣ୍ଟ୍ରାକ୍ଟର ଉପସ୍ଥିତ ରହି ସରପଞ୍ଚ ,ସମିତିସଭ୍ଯ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା ହୋଇଥିଲା । ଅଶୋକ କୁମାର ବେହେରା ମତଦେଇଥିଲେ ଜାନୁଆରୀ ୧୫ ସୁଦ୍ଧା ପୋଲନିର୍ମାଣ ସହିତ ଗୌଡ଼ଚଞ୍ଚରା ପଲ୍ଲି ରାସ୍ତା ନିର୍ମାଣ ଶେଷ ହେବ । ତତ ପରେ ସରପଞ୍ଚନଙ୍କୁ ଉକ୍ତ ମତବ୍ୟ ଉପରେ ଭରସା ଆସିଥିଲା । ସେ କହିଥିଲେ ଯଦି ସଠିକ ସମୟରେ ବ୍ରିଜ ଓ ରାସ୍ତା କାମ ନ ସରେ ସେ ଯନ୍ତ୍ରୀଙ୍କ କାର୍ଜ୍ୟାଳୟ ସମୁଖରେ ଆତ୍ମହୁ ତି ଦେବେ । ତତ ପରେ ଅନଶନରୁ ଓ ହରିଥିଲେ ସରପଞ୍ଚ ,ସମିତିସଭ୍ଯ ଓ ଗ୍ରାମବାସୀ ।