୭୦ତମ ସମବାୟ ସପ୍ତାହ ପାଳିତ

ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଆନୁକୁଲ୍ୟରେ ଆଜି ୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ ଉଦ୍‌ଯାପିତ ହୋଇ ଯାଇଛି । ରାଜ୍ୟ ସମବାୟ ବ୍ୟାଙ୍କ ଦ୍ଵାରା ପ୍ରାଥମିକ କୃଷି ସେବା ସମବାୟ ସମିତିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବିନ୍ଦ୍ର ନାଥ ସାହୁଙ୍କ ପୌରହିତ୍ୟରେ ନୟାଗଡ ଷ୍ଟାଡିୟମଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁ ଯୋଗ ଦେଇ ସମବାୟ କୁ ଆନ୍ଦୋଳନ ରେ ପରିଣତ କରିବାର ଆବଶ୍ୟକତା ରହିଥିବା କହିଥିଲେ । ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ପାଇଁ ସ୍କୁଟି ବ୍ୟବସ୍ଥା କରିଛନ୍ତି ।

ଏହାକୁ ସମବାୟ ବ୍ୟାଙ୍କ ଅଗ୍ରାଧିକାର ଦେଇଛି ବୋଲି କହିଥିଲେ । ଭାରତର ବିଭିନ୍ନ ରାଜ୍ୟରେ ରାଜ୍ୟରେ ସମବାୟ ଦ୍ଵାରା ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରାଯାଉଛି , ଓଡିଶାରେ ଏପରି ହେବା ଆବଶ୍ୟକ ବୋଲି ଉଦାହରଣ ଛଳରେ କହିଥିଲେ । ମୁଖ୍ୟ ବକ୍ତା ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗଦେଇ ରାଜ୍ୟ ସରକାର କୃଷକଙ୍କ ପାଇଁ ୧ ଲକ୍ଷ ଟଙ୍କାର ବିନା ସୁଧରେ ଋଣ ବ୍ୟବସ୍ଥା କରିଛନ୍ତି । ଏହାର ସୁଫଳ ସମସ୍ତ ଚାଷୀ କିଭଳି ପାଇ ପାରିବେ , ସେ ନେଇ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥିଭାବେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଟି. ପ୍ରସାଦ ରାଓ ଦୋରା ଯୋଗ ଦେଇ ସମବାୟ ସମିତିର ସଫଳତା କାମନା କରିବା ସହ ସମବାୟ କୁ ଗତିଶୀଳ କରିବାକୁ ସମସ୍ତେ ଶପଥ ନେବାର ଆବଶ୍ୟକତା ଥିବା କହିଥିଲେ । ସେହିଭଳି ଭାବେ ଅନ୍ୟତମ ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ସମବାୟ କିଭଳି କୃଷି ଓ କୃଷକର ଉନ୍ନତୀରେ ସହାୟକ ହେଉଛି ବୋଲି କହିଥିଲେ ।

ଏହି କାର୍ଯ୍ୟ କ୍ରମରେ ନୟାଗଡ଼ ପୌରପରିଷଦ ଅଧ୍ଯକ୍ଷା ନିରୂପମା ଖଟେଇ, ଓଡ଼ିଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ସମବାୟ ସମିତି ସମୂହ ସହକାରୀ ନିବନ୍ଧକ ସୁଶ୍ରୀ ପ୍ରାର୍ଥନା ପ୍ରିୟଦର୍ଶିନୀ , ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ କରୁଣାକର ହାଂସଦା , ରାଜ୍ୟ ବ୍ୟାଙ୍କ ନିର୍ଦ୍ଦେଶକ ସନ୍ୟାସୀ ପ୍ରଧାନ, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଉପସଭାପତି ମୌସୁମୀ ସାହୁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଏହି ଅବସରରେ ନୟାଗଡ଼ ଜିଲ୍ଲାର ୩୮ଟି ସମବାୟ ସମିତିକୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ ଶାଖା ପରିଚାଳକ ଯୁଗଳ କିଶୋର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

You might also like