108ଆମ୍ବୁଲାନ୍ସ କର୍ମଚାରୀଙ୍କ ପକ୍ଷରୁ ନୟାଗଡ଼ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ରେ ଅତିରିକ୍ତ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ସୂଚନା ଅନୁସାରେ ଆଜି 12ଘଟିକାସମୟ ରେ ଓଡିଶା 108ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ନୟାଗଡ଼ ପକ୍ଷରୁ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପରିସର ରେ ଅତିରିକ୍ତ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି, ଏପଟେନଭେମ୍ବର 1ତାରିଖ ରେ 108ଆମ୍ବୁଲାନ୍ସ ସେବା ଠପ ହେବାକୁ ଯାଉଛି, ରାଜ ରାସ୍ତା ରେ ଗଡିବନି 1300ଆମ୍ବୁଲାନ୍ସ, କାରଣ ରାଜ୍ୟ ବ୍ୟାପି କାର୍ଯ୍ୟ ବନ୍ଦ ରଖିବେ ଆମ୍ବୁଲାନ୍ସ କର୍ମଚାରୀ, ଏବଂ ଆନ୍ଦୋଳନ ରେ ବସିବେ 6ହଜାର ରୁ ଉର୍ଧ୍ଵ ଆମ୍ବୁଲାନ୍ସ କର୍ମଚାରୀ, ନୂତନ ଠିକା ସଂସ୍ଥା ଉଦେଶ୍ୟମୂଳକ ଭାବେ ଦୁଇସହ କର୍ମଚାରୀ ଙ୍କୁ କାର୍ଯ୍ୟ ରେ ନିୟୋଜିତ କରିନଥିବା ଅଭିଯୋଗ ହୋଇଥିବା ବେଳେ ଏହାର ପ୍ରତିବାଦ ରେ ଆସନ୍ତା 1ତାରିଖ ରେ ଆନ୍ଦୋଳନ ଡାକରା ଦିଆ ଯାଇଛି, ତତସହିତ ସମୂହ କାର୍ଯ୍ୟ ବନ୍ଦ ଓ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇ ଛନ୍ତି,କାର୍ଯ୍ୟ ରତ ଥିବା ସମସ୍ତ କର୍ମଚାରୀ ମାନଙ୍କୁ ନୂତନ କମ୍ପାନୀ ରେ ନିଯୁକ୍ତ ଦେବା, କାର୍ଯ୍ୟ କରିବାର ସଠିକ ସମୟ ଓ ପାରିଶ୍ରମିକ ନିର୍ଦ୍ଧାରଣ କରିବା, ଯଦି କେହି କର୍ମଚାରୀ ଓଭର ଡିୟୁଟି କରୁଛନ୍ତି ଏକ ଘଣ୍ଟା କୁ ପାରିଶ୍ରମିକ ନିର୍ଦ୍ଧାରଣ କରିବା ଏଥିସହିତ 108ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ ଠିକା ସଂସ୍ଥା ରୁ ମୁକ୍ତ କରାଯାଇ ନିୟମିତ କରିବା,

12ଘଣ୍ଟା କାର୍ଯ୍ୟକୁ 12ଘଣ୍ଟା ର ପ୍ରାପ୍ୟ ଦିଆଯିବା ନିମନ୍ତେ ଦାବି ରଖିଛନ୍ତି, ଏପଟେ ଗ୍ରୀନ ହେଲଥ ସର୍ଭିସ ନାମକ ଏକ ଠିକା କମ୍ପାନୀ ଓଡ଼ିଶାରେ 108ଆମ୍ବୁଲାନ୍ସ ସେବାକୁ ଠିକା ରେ ନେଇ ସାରିଛି, ସମୁଦାୟ 6ହଜାର କର୍ମଚାରୀ ଙ୍କ ମଧ୍ୟରୁ ନୂତନ ଠିକା ସଂସ୍ଥା ଉଦେଶ୍ୟ ମୂଳକ ଭାବେ ଦୁଇଶହ କର୍ମଚାରୀଙ୍କୁ କାର୍ଯ୍ୟ ରେ ନିୟୋଜିତ କରିନାହିଁ, ଏହାର ପ୍ରତିବାଦ ରେ ଆସନ୍ତା 30ତାରିଖ ରେ ସମଗ୍ର ରାଜ୍ୟ ରେ ସମସ୍ତ 1098ଆମ୍ବୁଲାନ୍ସ ର କର୍ମଚାରୀ ବଟନ ଅଫ କରି ରୋଗୀ ସେବା ଦେବେ, ଏହାର ସମାଧାନ ନ ହେଲେ 1ତାରିଖ ରୁ 108ଆମ୍ବୁଲାନ୍ସ ସେବା ବନ୍ଦ କରି ରାସ୍ତା ଉପରକୁ ଆସିବା ପାଇଁ ଚେତାବନୀ ଦେବା ସହିତ ନିଷ୍ପତି ନେଇ ଥିବା ସୂଚନା ମିଳିଛି

You might also like