ନୟାଗଡ଼ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଠାରେ ପୂର୍ବାହ୍ନ 10ଘଟିକା ସମୟ ରେ ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନ ସମନ୍ୱୟ କମିଟି ପକ୍ଷରୁ ଶ୍ରମ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି, ସଭାପତି ଶୂନ୍ୟଜୟୀ ମିଶ୍ର ଓ ସମ୍ପାଦକ ବାସୁଦେବ ମହାନ୍ତି ଙ୍କ ନେତୃତ୍ୱ ରେବିଭିର୍ନ ସଂଗଠକ କର୍ମକର୍ତା ସାମିଲ ହୋଇଛନ୍ତି, 13ଦଫା ଦାବିପୂରଣ କରିବା ପାଇଁ ସମନ୍ୱୟ କମିଟିପକ୍ଷରୁ ଦାବିକରାଯାଇଥିଲା, ପ୍ରଭାଗୀୟ ଶ୍ରମ ଆଯୁକ୍ତ ଙ୍କୁ ନେଇ ଲିଖିତ ଭାବେ ଅବଗତ କରାଯାଇଥିଲା,
କୌଣସି ସୁଫଳ ନ ମିଳିବାରୁ ଆଜି ଶ୍ରମ କାର୍ଯ୍ୟ ଘେରାଉ କରାଯାଇଛି, ନିର୍ମାଣ ଶ୍ରମିକ ଙ୍କୁ ପରିଚୟ ପ୍ରଦାନ ରେ ବ୍ୟାପକ ଅବହେଳା, ସହାୟତା ପ୍ରଦାନରେ ଅବହେଳା, ଅଫଲାଇନ, ଓ ଅନଲାଇନ ଜରିଆରେ ପଡି ରହିଥିବା ଆବେଦନ କୁ ବିଚାର କୁ ନେବା ଭଳି ଅନେକ ଦାବି କରାଯାଇଛି,ଜିଲ୍ଲା ଶ୍ରମ ଅଧିକାରୀଙ୍କ ଶ୍ରମିକ ମାରଣ ନୀତି ଠକେଇ, ବେଆଇନ, କାର୍ଯ୍ୟ କୁ ବିରୋଧ କରାଯାଇଛି, ତୁରନ୍ତ ଦାବି ପୂରଣ ନହେଲେ, ବଡ଼ ଧରଣ ର ଆନ୍ଦୋଳନ କରିବା ପାଇଁ ଚେତାବନୀ ଦିଆ ଯାଇଛି,