Skip to content

18 ବର୍ଷ ପର୍ଯ୍ୟନ୍ତ ମାଗଣା ଶିକ୍ଷା ବାଲ୍ୟ ବିବାହ କୁ 2030 ସୁଦ୍ଧା ସମାପ୍ତ କରିପାରିବ.

18 ବର୍ଷ ରୁ କମ ପିଲାମାନଙ୍କ ପାଇଁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ବାଲ୍ୟ ବିବାହ କୁ ସମାପ୍ତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ କାରଣ ଶିକ୍ଷା ଏବଂ ଶିଶୁ ବିବାହ ମଧ୍ୟରେ ଏକ ବିପରୀତ ସମ୍ପର୍କ ଅଛି. ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ମହିଳା ଦିବସରେ ଶିଶୁ ମାନଙ୍କ ଦ୍ୱାରା ମୁକ୍ତିଲାଭ କରିଥିବା ଏକ ଅନୁସନ୍ଧାନ ପତ୍ର ରେ ଦର୍ଶାଯାଇଛି ଯେ ଯଦି 18 ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଯୋଗାଇ ଦିଆ ଯାଏ, ତେବେ ବାଲ୍ୟ ବିବାହ କୁ ସମ୍ପୂର୍ଣ ଭାରତ ବର୍ଷ ରେ 2030 ସୁଦ୍ଧା ରୋକା ଯାଇ ପାରିବ।

ବାଲ୍ୟ ବିବାହ ଭଳି ଏକ ସାମାଜିକ ଅପରାଧ କୁ 2030 ମସିହା ସୁଦ୍ଧା ସମାପ୍ତ କରିବା ପାଇଁ ସମଗ୍ର ଭାରତ ବର୍ଷ ରେ ବାଲ୍ୟ ବିବାହ ମୁକ୍ତ ଅଭିଯାନ ରେ 160 ଟି ଏନଜିଓ 300 ଟି ଜିଲ୍ଲା ରେ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।

ସାରା ଦେଶରେ ବିଗତ କିଛି ମାସ ମଧ୍ୟରେ ପ୍ରାୟ 10,000 ବାଲ୍ୟ ବିବାହ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ବନ୍ଦ କରାଯାଇ ଥିବା ବେଳେ ପ୍ରାୟ 50,000 ବାଲ୍ୟ ବିବାହ କାଉନସେଲିଙ୍ଗ ଦ୍ୱାରା ରୋକା ଯାଇ ପାରିଛି।2030 ସୁଦ୍ଧା ବାଲ୍ୟ ବିବାହ କୁ ସମଗ୍ର ଦେଶ ରୁ ବିଲୋପ କରିବା ମଧ୍ୟ ମିଳିତ ଜାତିସଙ୍ଘ ର ଏକ ଲକ୍ଷ।

ରୁଚିକା ସମାଜ ମଙ୍ଗଳ ସଂଗଠନ ବାଲ୍ୟ ବିବାହ ଭଳି ଏକ ସାମାଜିକ ଅପରାଧ କୁ ସମାପ୍ତ କରିବା ପାଇଁ ଏବଂ ପିଲାମାନଙ୍କର ଶିକ୍ଷା କୁ ସୁରକ୍ଷିତ କରିବା ପାଇଁ 3 ଜିଲ୍ଲା ଯଥା ଖୋର୍ଦ୍ଧା, ପୁରୀ ଏବଂ ନୟାଗଡ ଜିଲ୍ଲା ରେ କାମ କରିଆସୁଛି। ସମସ୍ତ ପିଲା ମାନଙ୍କ ର ଶିକ୍ଷା ମାଗଣା ଏବଂ ବାଧ୍ୟତାମୂଳକ କରାଯାଉ ବୋଲି ଆଗାମୀ ଲୋକସଭା ନିର୍ବାଚନ ରେ ଏହି ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ କୁ ରାଜନୈତିକ ଦଳରେ ଅନ୍ତର୍ଭୁକ୍ତ କରିବା ସମସ୍ତ ରାଜନୈତିକ ଦଳକୁ ଅନୁରୋଧ ରହିଛି।

ରୁଚିକା ସମାଜ ମଙ୍ଗଳ ସଂଗଠନ ବିଗତ କିଛି ମାସ ମଧ୍ୟ ରେ ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲା ରେ 25 ଟି ବାଲ୍ୟ ବିବାହ କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ବନ୍ଦ କରିଥିବା ବେଳେ ଅଧିକାଂଶ ବାଲ୍ୟ ବିବାହ କୁ କାଉନସେଲିଙ୍ଗ ଦ୍ୱାରା ମହିଳା ପ୍ରତିନିଧି ଏବଂ ରୁଚିକା ର କର୍ମ କର୍ତ୍ତା ଦ୍ୱାରା ରୋକିବାରେ ସକ୍ଷମ ହୋଇପାରିଛି। ତେବେ, ଦେଶରେ ଶିକ୍ଷା କୁ ପ୍ରାଥମିକତା ଦେଵା ଏକ ଜରୁରୀ ଆବଶ୍ୟକତା ରହିଛି। ରାଜ୍ୟ ରେ ବାଲ୍ୟ ବିବାହ ଭଳି ସାମାଜିକ ଘୃଣ୍ୟ ପ୍ରଥା ର ସମ୍ପୂର୍ଣ୍ଣ ବିଲୋପ ପାଇଁ ରାଜ୍ୟ ସରକାର ଙ୍କ ପାଖରେ ଦାବି ରହିଛି ବୋଲି ରୁଚିକା ସମାଜ ମଙ୍ଗଳ ସଂଗଠନ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ବେଣୁଧର ସେନାପତି କହିଛନ୍ତି।

ଶେଷ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବକ୍ଷଣ ( NHFS 2019-21) ପ୍ରକାଶ କରିଛି ଯେ,20-24 ବର୍ଷ ବୟସର ବାଳିକା ମାନେ 23.3 ପ୍ରତିଶତ ବିବାହ କରିଛନ୍ତି। ଏତଦବ୍ୟତୀତ 2011 ଜନଗଣନା ସର୍ବକ୍ଷଣ ଏହାର ରିପୋର୍ଟ ରେ ଉଲ୍ଲେଖ କରିଛି ଯେ ପ୍ରତି 3 ଜଣ ବାଳିକା ମଧ୍ୟ ରୁ 2 ଜଣ ବାଳିକା 15-17 ବର୍ଷ ବୟସ ମଧ୍ୟ ରେ ବିବାହ କରିଛନ୍ତି। ଅର୍ଥାତ ଦେଶରେ ପ୍ରାୟ 52 ଲକ୍ଷ ବାଳିକା ମାନକ ମଧ୍ୟ ରୁ 33 ଲକ୍ଷ ବାଳିକା ବାଲ୍ୟ ବିବାହ କରୁଛନ୍ତି।

ତେଣୁ, ସମଗ୍ର ଭାରତ ବର୍ଷ ରେ ବାଲ୍ୟ ବିବାହ ମୁକ୍ତ ଅଭିଯାନ ରେ ବାଲ୍ୟ ବିବାହ କୁ 2030 ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ବିଲୋପ କରିବା ରୁଚିକା ସମାଜ ମଙ୍ଗଳ ସଂଗଠନ ଏବଂ ସରକାଙ୍କର ମିଳିତ ପ୍ରଚେଷ୍ଟା ଜାରି ରହିବ।

Ad 1