Skip to content

3ଶ୍ରମିକ ନେତା ଗିରଫ

ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗ ରେ 3ଜଣ ଶ୍ରମିକ ନେତା ଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି, ଗିରଫ ଅଭିଯୁକ୍ତ ହେଲେ, ବାସୁଦେବ ମହାନ୍ତି, ରଘୁନାଥ ମହାରଣା, ଓ ଶ୍ରୀକାନ୍ତ ପଟ୍ଟନାୟକ,, ନୟାଗଡ଼ ଟାଉନ ପୋଲିସ 9ଟି ଦଫା ରେ ତାଙ୍କୁ କୋଟ ଚାଲାଣ କରିଥିବା ସୂଚନା ମିଳିଛି, ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଚିତ୍ତ ରଞ୍ଜନ ରାଉତ ଙ୍କ ଅଭିଯୋଗ କ୍ରମେ ଏମାନେ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ, ସେଠାରେ କୌଣସିକାରଣ ରୁ ନେଇ ପାଟି ତୁଣ୍ଡ ହୋଇ ଥିଲା, ଯାହାକୁ ନେଇ ସେମାନେତାଙ୍କୁ ମାଡ଼ ମାରିଥିବା ନେଇ ଶ୍ରମ ଅଧିକାରୀ ଟାଉନ ଥାନା ରେଲିଖିତ ଅଭିଯୋଗ କରିଛନ୍ତି,

ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିବା ସହ 3ଜଣ ଙ୍କୁ ଗିରଫ କରି କୋଟ ଚାଲାଣ କରିଛି ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଅନେକ ଅନିୟମିତତା କରୁଥିବା ନେଇ ଏହି ନେତା ମାନେ ପ୍ରତିବାଦ କରୁଥିଲେ, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋର୍ଟ ନୟାଗଡ଼ ଟୁଡ଼େ

Ad 1