4ମାସ ର ଭତା ଭୁତ ନେଲା ଜିଲାପାଳଙ୍କୁ ଭେଟିଲେ ବାଲୁଗାଁ ବୃଦ୍ଧ ବୃଦ୍ଧା
ସୂଚନା ଅନୁଯାୟୀଦୀର୍ଘ 4ମାସ ହେଲା ନୟାଗଡ଼ ବ୍ଲକ ବାଲୁଗାଁ ଗ୍ରାମପଞ୍ଚାୟତ ର ବୃଦ୍ଧ ବୃଦ୍ଧା ମାନେ ଭତାପାଇ ନଥିବା ବେଳେ ଜିଲାପାଳଙ୍କୁ ଭେଟିଛନ୍ତି, 4ମାସ ର ଭତାଟଙ୍କା କିଏ ନେଲା କେଉଁ ଆଡ଼େ ଗଲା ଜଣା ପଡି ନଥିବା ବେଳେ ଏପଟେ ବୃଦ୍ଧ ବୃଦ୍ଧା ଙ୍କ କହିବା ଅନୁଯାୟୀ ବ୍ୟାଙ୍କ ମାଧ୍ୟମ ସରକାର ଙ୍କ ତରଫରୁ ପ୍ରଦାନ କରାଯାଉଥିବା ଭତ୍ତା, ବ୍ୟାଙ୍କ ଖାତା କୁ ଆସି ନାହିଁ, ବାରମ୍ବାର ବ୍ଲକ କାର୍ଯ୍ୟାଳୟ ରେ ଏବିଷୟ ରେ ଜଣାଇଲେ ମଧ୍ୟ ଆଗାମୀ ମାସ ରେ ଆସିବ ଆସିବ କହି ଭୁଆଁ ବୁଲାଉ ଛନ୍ତି,ବୃଦ୍ଧ ବୃଦ୍ଧା ଭତ୍ତା ନ ପାଇ ବିଭିର୍ନ ଅସୁବିଧା ସମ୍ମୁଖୀନ ହେଉଥିବା ରୁ 4ମାସ ଅପେକ୍ଷା କରିବା ପରେ କିଛି ସନ୍ଧାନ ନ ପାଇ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ରେ ଜିଲାପାଳଙ୍କୁ ଭେଟିଛନ୍ତି,

ଏହି ଭତ୍ତାଟଙ୍କା କେଉଁଆଡେ ଗଲା, ଓ କିଏ ନେଲା ଖୋଜ ଖବର ନରହିବା ନେଇ ବୃଦ୍ଧ ବୃଦ୍ଧା ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ତଥା ନ୍ୟାୟିକ ତଦନ୍ତ କରି ଦୋଷଭୁକ୍ତ ଅଫିସର ଙ୍କ ଉପରେ ପଦକ୍ଷେପ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ତୁରନ୍ତ ଭତ୍ତାପ୍ରଦାନ କରିବାର ସୁ ବନ୍ଦୋବସ୍ତ କରାଇବା ପାଇଁ ଜିଲାପାଳଙ୍କୁ ଭେଟି ଅବଗତ କରିଥିବା ବେଳେବୃଦ୍ଧ ବୃଦ୍ଧା ମାନେ ଭତାରୁ ବଂଚିତ ହେଲେ ରାଜ ରାସ୍ତା ରେ ଆନ୍ଦୋଳନ କରିବେ ଓ ଏଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ଦେଇ ଛନ୍ତି